spot_img

ବ୍ରାଜିଲ ରାଷ୍ଟ୍ରପତି ପୁଣି କୋଭିଡ୍ ପଜିଟିଭ୍

ବ୍ରାସିଲିଆ: ବ୍ରାଜିଲର ରାଷ୍ଟ୍ରପତି ଜାଇର୍ ବଲ୍‌ସୋନାରୋ ପୁଣି ଥରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛିିି । ବୁଧବାର ଦିନ ସେ ବ୍ରାସିଲିଆରେ ସାମ୍ବାଦିକମାନଙ୍କୁ ନିଜ ରିପୋର୍ଟ ବିଷୟରେ କହିଛନ୍ତି । ଗତ ସପ୍ତାହରେ ମଧ୍ୟ ତାଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଥିଲା। ତେଣୁ, ସେ ସଂକ୍ରମଣରୁ ଆରୋଗ୍ୟ ହୋଇ ନ ଥିବା କଥା କହିଛନ୍ତି।
ଭୂତାଣୁ ଦ୍ବାରା ସଂକ୍ରମିତ ହେଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ଯଦି ଏ ସପ୍ତାହରେ ରିପୋର୍ଟ ନେଗେଟିଭ୍ ଆସେ, ସେ ସ୍ୱାଭାବିକ ଭାବେ ତାଙ୍କ କାମ କରିପାରିବେ ବୋଲି କହିଛନ୍ତି । କିଛିଦିନ ପରେ ସେ ପୁଣି ଥରେ ପରୀକ୍ଷା କରାଇବେ ବୋଲି ଜଣାଇଛନ୍ତିି । ଲକ୍‌ଡାଉନ୍ ବ୍ୟବସ୍ଥାକୁ ବିରୋଧ କରି ବିନା ମାସ୍କରେ ବୁଲୁଥିବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ସେ ସମାଲୋଚିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular