ଭୁବନେଶ୍ୱର ୧୬।୦୭: ୮ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କମିଶନରେଟ୍ ପୋଲିସ କାର୍ଯ୍ୟାଳୟର ଜଣେ କନେଷ୍ଟବଳ। ଗିରଫ କନଷ୍ଟେବଳ ହେଉଛନ୍ତି ସୁରେଶ ଦାସ । ସୂଚନାଯୋଗ୍ୟ ଯେ, ସୁରେଶ ଦାସ ପୋଲିସ ସେବା ଭବନ ଆକାଉଣ୍ଟ ବିଭାଗରେ କାର୍ଯ୍ୟ କରନ୍ତି । ଏକ ଘର ଭଡା ବିଲ୍ ପାସ କରିବାକୁ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସୁରେଶ। ସେପଟେ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କନେଷ୍ଟବଳ ସୁରେଶ ଦାସଙ୍କୁ ସସ୍ପେଣ୍ଡ କରାଯାଇଛି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ପ୍ରଦାନ କରାଯାଇଛି । କମିଶନରେଟ ପୋଲିସ ଟ୍ୱିଟ ଜରିଆରେ ଏହା ମଧ୍ୟ କହିଛନ୍ତି ଯେ, ସୁରେଶ ଦାସ ତତ୍କାଳରେ କାର୍ଯ୍ୟାନୁଷ୍ଠାନ ନେଇ ସସ୍ପେଣ୍ଡ କରାଯାଇଛି । ତୁରନ୍ତ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯିବ ବୋଲି ଜଣାଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0