spot_img

ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ: ଜଣେ ସୁରକ୍ଷାକର୍ମୀ ନିହତ

ଶ୍ରୀନଗର: ମାଛିଲା ସେକ୍ଟରରେ ଆତଙ୍କବାଦୀ ବିରୋଧୀ ସର୍ଚ୍ଚ ଅପରେସନରେ ଜଣେ ଯବାନ ସହୀଦ ହୋଇଛନ୍ତି । ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ଏପରି ଘଟିଥିବା ସୂଚନା ମିଳିଛି । ଶହୀଦ ହୋଇଥିବା ଯବାନ ହେଉଛନ୍ତି କନେଷ୍ଟବଳ ସୁଦୀପ ସରକାର । ଏଠାରେ ଭାରତୀୟ ସେନା ଏବଂ ବିଏସଏଫ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ଜାରି ରହିଛି । କିଛି ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ସେନା ପକ୍ଷରୁ ସେମାନଙ୍କୁ ପ୍ରତିହତ କରାଯାଇଥିଲା । ଗୁଳି ଚାଳନା ଫଳରେ ଜଣେ ଆତଙ୍କବାଦୀ ମଧ୍ୟ ମୃତୁ୍ୟ ବରଣ କରିଥିବା ସୂଚନା ମିଳିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular