ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଶ୍ୟାମାନନ୍ଦପୁର ଠାରେ ପୁଲିସ ଏକ ଘର ଉପରେ ଚଢା କରି ୬୧ କିଲୋ ଗଞ୍ଜେଇ ଜବତ କରିଛି। ଘର ସାମ୍ନାରେ ଥିବା ବୋଲେରୋ ସହ ୨୦ ହଜାର ଟଙ୍କା ଓ ୩ଟି ମୋବାଇଲ ଜବତ କରିଛି। ପୁଲିସ ତିନି ଜଣଙ୍କୁ ଅଟକ ରଖି ଜେରା କରୁଛି।
ସୂଚନା ଅନୁଯାୟୀ ରବିନ୍ଦ୍ର କୁମାର ଦେ(୫୦)ଙ୍କ ଘରକୁ ଭଡାରେ ନେଇ ଦୁଇ ଅଭିଯୁକ୍ତ ରାଫତକ ଅଲି(୪୨) ଓ ମିହିର ବିଶ୍ୱାଳ(୨୦) ଗଞ୍ଜେଇ ବେପାର ଚଳାଇଥିଲେ। କୌଣସି ସୂତ୍ରରୁ ଖବରପାଇ ପୁଲିସ ବ୍ୟବସାୟୀଙ୍କ ବାସଭବନରେ ଅଚାନକ ଚଡାଉ କରିଥିଲା । ପୋଲିସ ପହଞ୍ଚିଲା ବେଳକୁ ଘର ସାମ୍ନାରେ ଏକ ବୋଲେରର ନମ୍ବର ପ୍ଲେଟ ବଦଳ କରୁଥିଲେ ଏହି ଦୁଇ ଅଭିଯୁକ୍ତ । ତେବେ ୬୧ କିଲୋ ଗଞ୍ଜେଇ ସହିତ ଏକ ବୋଲେର ଗାଡି ,ନଗଦ ୨୦ ହଜାର ଟଙ୍କା ସହିତ ତିନୋଟି ମୋବାଇଲ ଜବତ କରିଛି ପୁଲିସ। ପରେ ଘର ଭଡା ଦେଇଥିବା ଘର ମାଲିକ ରବିନ୍ଦ୍ର କୁମାର ଦେଙ୍କୁ ମଧ୍ୟ ପୁଲିସ ଆଣି ଅଟକ ରଖିଛି। ତେବେ ରବିନ୍ଦ୍ର କୁମାର ଦେ ରଫାକତ ଅଲ୍ଲୀଙ୍କୁ ଘରଭଡା ସୂତ୍ରରେ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି। ରଫାକତ ଅଲ୍ଲୀ ଘରଭଡା ନେଇ ଓଲଡିଂ ଦୋକାନ କରିଥିଲେ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0