ପାଲଲହଡ଼ା : ପାଲଲହଡା ବ୍ଲକ୍ ଅନ୍ତର୍ଗତ ଖମାର ଥାନା ଆଲୋରୀ ପଞ୍ଚାୟତର ଚୋରଘାଟିଠାରେ ଗତ ରାତିରେ ଏକ ଗୋରୁ ବୋଝେଇ ଟାଟା ଏସି ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୋରୁ ବୋଝେଇ କରି ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଚୋର ଘାଟିର ରାସ୍ତାରେ ୪୦ ଫୁଟ ତଳକୁ ଖସି ପଡ଼ିଥିଲା। ଘଟଣା ସ୍ଥଳରେ ୨ଟି ଗୋରୁ ମୃତ ହୋଇଯିବା ସହ ଗୋଟିଏ ଗୋରୁ ଗୁରୁତର ଆହତ ଅବସ୍ଥାରେ ରହିଛି। ଖବର ପାଇ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଆହତ ଗୋରୁଙ୍କୁ ଉଦ୍ଧାର କରିବା ସହ ଖମାର ଥାନା ପୁଲିସକୁ ଖବର ଦେଇଥିଲେ। ଖମାର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ପରେ ଗୋରୁ ଗାଡ଼ି ଡ୍ରାଇଭର ଫେରାର ହେଇଯାଇଥିବା ଜଣାପଡ଼ିଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0