ଶ୍ରୀନଗର: ଜାମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲରେ ଏକ ବଡ ଆତଙ୍କବାଦ ବିରୋଧୀ ଅପରେସନ ହୋଇଛି। ଉତ୍ତର କାଶ୍ମୀର ଜିଲ୍ଲାର ମାଚିଲ ସେକ୍ଟରରେ ଚାଲିଥିବା ଆତଙ୍କବାଦ ବିରୋଧୀ ଅପରେସନରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ବିଏସଏଫ କନେଷ୍ଟବଳ ସହିଦ ହୋଇଥିବା ଜଣାପଡ଼ିଛି। ଏପ୍ରିଲ ପରଠାରୁ ୟୁନିଅନ୍ ଅଞ୍ଚଳରେ ଏହା ସବୁଠାରୁ ବଡ ମୁକାବିଲା ବୋଲି କୁହାଯାଉଛି। ତେବେ ଏହି ଏନକାଉଣ୍ଟର ସକାଳ ୧ ଟାରୁ ଆରମ୍ଭ ହୋଇଥିଲା। ବିଏସଏଫର ଏକ ପାଟ୍ରୋଲିଂ ପାର୍ଟି ଏଲଓସି ନିକଟରେ ଆତଙ୍କବାଦୀ ପ୍ରବେଶ କରିଥିବା ସନ୍ଦେହ କରି ଗୁଳି ଚଳାଇଥିଲେ। ଏହି ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ବିଏସ୍ଏଫ୍ କନଷ୍ଟେବଳ ସହିଦ ହୋଇଛନ୍ତି।। ମାଚିଲ ସେକ୍ଟରରେ ଚାଲିଥିବା ଅପରେସନ୍ ସମୟରେ ସହିଦ ହୋଇଥିବା କନଷ୍ଟେବଳଙ୍କ ନାମ ସୁଦୀପ ସାରକର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରୁ ଏକେ ରାଇଫଲ ଓ ଦୁଇଟି ବ୍ୟାଗ ଜବତ ହୋଇଛି। ମିଳିତ ଅପରେସନ ଏବେବି ଚାଲିଛି ବୋଲି ସୀମା ସୁରକ୍ଷା ବଳ ପକ୍ଷରୁ ସୂଚନା ମିଳିଛି।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0