ମୁମ୍ବାଇ: ବିଚାର ବିଭାଗୀୟ ହାଜତରେ ଥିବାବେଳେ ମୋବାଇଲ ଫୋନ ବ୍ୟବହାର କରିଥିବା ଅଭିଯୋଗରେ ରବିବାର ସକାଳେ ‘ରିପବ୍ଲିକ୍ ଟିଭି’ର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ରାୟଗଡ଼ ପୁଲିସ ମୁମ୍ବାଇସ୍ଥିତ ତଲୋଜା ସେଣ୍ଟ୍ରାଲ ଜେଲକୁ ସ୍ଥାନାନ୍ତର କରିଛି। କଏଦୀମାନଙ୍କ ନିମନ୍ତେ ଅଲିବାଗ ମୁନିସପାଲ ସ୍କୁଲରେ ତିଆରି କରାଯାଇଥିବା ଏକ ଅସ୍ଥାୟୀ କ୍ବାରେଣ୍ଟିନ ସେଣ୍ଟରରେ ସେ ମୋବାଇଲ ଫୋନ ବ୍ୟବହାର କରିଥିଲେ ବୋଲି ପୁଲିସ କହିଛି। ରାୟଗଡ଼ କ୍ରାଇମ ବ୍ରାଞ୍ଚ୍ର ତଦନ୍ତକାରୀ ଅଧିକାରୀ ଜମିଲ୍ ଶେଖଙ୍କ କହିବା ଅନୁସାରେ, ବିଚାର ବିଭାଗୀୟ ହାଜତରେ ଥାଇ ଗୋସ୍ବାମୀ ଅନ୍ୟ ଜଣଙ୍କ ମୋବାଇଲ ଫୋନ ବ୍ୟବହାର କରିବା ସହ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିଲେ। ଗୋସ୍ବାମୀ କେମିତି ମୋବାଇଲ୍ ଫୋନ୍ ପାଇଲେ ଏବଂ କ୍ବାରେଣ୍ଟିନ୍ ସେଣ୍ଟରରେ କିଏ ତାଙ୍କୁ ମୋବାଇଲ୍ ଫୋନ୍ ଯୋଗାଇ ଦେଲା? ଏହି ମାମଲାର ତଦନ୍ତକାରୀ ଅଧିକାରୀ ହିସାବରେ ଏ କଥା ଜାଣିବାକୁ ମୁଁ ଅଲିବାଗ ଜେଲ ସୁପରିଣ୍ଟେଣ୍ଡେଣ୍ଟ୍ଙ୍କୁ ଇନକ୍ବାରି ରିପୋର୍ଟ ମାଗିଛି। ଏହାପରେ, ଆଜି ସକାଳେ ଆମେ ତାଙ୍କୁ ତଲୋଜା ଜେଲ୍କୁ ପଠାଇ ଦେଇଛୁ।



Visitors Today : 0
Total Visitors : 130516
Total Views : 9892060
Visitors Online Now : 0