spot_img

ଦିନକରେ ଦେଶରେ ୪୫,୯୦୩ ସଂକ୍ରମିତ,୪୯୦ ମୃତ

ଦେଶରେ କିଛି ଦିନ ହେବ ପୁଣି ବଢ଼ିଛି ସଂକ୍ରମଣ । । ଗତ ୨୪ ଘଣ୍ଟାରେ ୪୫ ହଜାର ୯୦୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଦେଶରେ ସମୁଦାୟ ୮୫ ଲକ୍ଷ ୫୩ ହଜାର ୬୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଦେଶରେ ୪୯୦ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ମୋଟ ମୃତୁ୍ୟ ସଂଖ୍ୟା ୧ ଲକ୍ଷ ୨୬ ହଜାର ୬୧୧କୁ ବୃଦ୍ଧି ପାଇଛି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ୪୮ହଜାର ୪୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା କରୋନାରୁ ସମୁଦାୟ ୭୯ ଲକ୍ଷ ୧୭ ହଜାର ୩୭୩ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ସକ୍ରିୟ ରହିଛନ୍ତି ୫ ଲକ୍ଷ ୯ ହଜାର ୬୭୩ ଜଣ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular