ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିସ୍ଥିତ ଉପ-କାରାଗାରରେ ବିଚାରାଧୀନ କଏଦୀ ମୃତ । ମୃତ କଏଦୀଜଣକ ହରିୟାଣା ରାଜ୍ୟର ନନ୍ଦପୁର ଗ୍ରାମର ବାସିନ୍ଦା ହୋଇଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା । ସେ ମୋହନା ଥାନାର ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗତ ଅକ୍ଟୋବର ୧୬ତାରିଖରୁ ବିଚାରାଧୀନ କଏଦୀ ଭାବେ ପାରଳାଖେମୁଣ୍ଡି ଉପ-କାରାଗାରରେ ସଜା କଟୁଥିଲେ । ଆଜି ସକାଳୁ ସେ ଅସୁସ୍ଥ ଅନୁଭବ କରିବାରୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିବା ଅନୁମାନ କରାଯାଉଛି। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପାରଳାଖେମୁଣ୍ଡି ପୁଲିସ ଆଦର୍ଶ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏହାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।



Visitors Today : 0
Total Visitors : 130308
Total Views : 9891811
Visitors Online Now : 0