ଓ୍ୱାସିଂଟନ : ଦ୍ୱିତୀୟ ଥର ଲାଗି ହ୍ବାଇଟ ହାଉସ ଦଖଲ ପାଇଁ ସ୍ବପ୍ନ ଦେଖିଥିବା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଚଳିତ ନିର୍ବାଚନରେ ଅପ୍ରତ୍ୟାଶିତ ଭାବେ ହାରିଯିବା ପରେ ତାଙ୍କର ପରବର୍ତ୍ତୀ ଭୂମିକା କ’ଣ ହେବ, ସେଥିପାଇଁ କଳ୍ପନାଜଳ୍ପନା ଜାରି ରହିଛି। ଦ୍ବିତୀୟ ବିଶ୍ବ ଯୁଦ୍ଧ ପରଠାରୁ ଆମେରିକାରେ ତାଙ୍କ ଭଳି ଜିମି କାର୍ଟର ଓ ଜର୍ଜ ଏଚ ଡବଲ୍ୟୁ ବୁସ ଦ୍ବିତୀୟ ଥର ରାଷ୍ଟ୍ରପତି ହେବାରେ ବିଫଳ ହୋଇଛନ୍ତି। ସେ ହେଉଛନ୍ତି ଆମେରିକାର ପ୍ରଥମ ରାଷ୍ଟ୍ରପତି ଯିଏ ଆଗରୁ କେବେ କୌଣସି ରାଜନୈତିକ ପଦପଦବି ମଣ୍ଡନ କରିନଥିଲେ କି କୌଣସି ଗୁରୁତ୍ବପୂର୍ଣ୍ଣ ସାମରିକ ଅଧିକାରୀ ଭାବେ ପରାକାଷ୍ଠା ଦେଖାଇନଥିଲେ। ତେଣୁ ଆମେରିକୀୟଙ୍କ ପାଖରେ ଆଗରୁ ସେ ପରିଚିତ ନଥିବାରୁ ତାଙ୍କୁ ଏପରି ପରାଜୟ ସ୍ବୀକାର କରିବାକୁ ପଡ଼ିଲା ବୋଲି ଚର୍ଚ୍ଚା ହେଉଛି।



Visitors Today : 0
Total Visitors : 130308
Total Views : 9891811
Visitors Online Now : 0