spot_img

ଆମେରିକା ଉପ ରାଷ୍ଟ୍ରପତି କମଳା ହାରିସଙ୍କ ସମ୍ପର୍କରେ …

ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ କମଳା ହାରିସ । କମଳା ଆମେରିକାର ପ୍ରଥମ କୃଷ୍ଣକାୟ ମହିଳା ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । କମଳା ୧୯୬୪ ମସିହା ଅକ୍ଟୋବର ୨୦ ଓକଲାଣ୍ଟର କାଲିଫନିଆରେ ଜନ୍ମଗ୍ରହଣ କରିଥିଲେ । ୨୦୦୩ରେ ସେ ପ୍ରଥମ ସିନେଟର ଭାବେ ସାନ-ଫ୍ରାସିସ୍କୋରୁ ଚୟନ ହୋଇଥିଲେ । ୨୦୧୭ରେ କାଲିଫର୍ଣ୍ଣିଆରୁ ସେ ଡ଼େମୋକ୍ରାଟିକ ପାର୍ଟି ତରଫରୁ ସିନେଟର ଭାବେ ନିର୍ବାଚିତ ହୋଇଥିଲେ । କାଲିଫର୍ଣ୍ଣିଆର ଆମେରିକୀୟ ସିନେଟର ସାନ ଫ୍ରାସିସ୍କୋର ପ୍ରଥମ ମହିଳା ଜିଲ୍ଲା ଅର୍ଟନୀ ଭାବେ କାର୍ଯ୍ୟ କରିଥିଲେ । ଏହା ସହ ସେ ଭଲ ବକ୍ତାଭାବେ ମଧ୍ୟ ବେଶ ଜଣାଶୁଣା । ଅନ୍ୟପଟେ ସମାଜର ନିମ୍ନମାନର ବ୍ୟକ୍ତି ବିଶେଷ ଓ ବର୍ଣ୍ଣ ବୈଷମ୍ୟ ଲଢ଼େଇରେ କମଲାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ତେବେ ପ୍ରଥମେ କମଳା ୨୦୨୦ରେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହେବା ପାଇଁ ଡ଼େମୋକ୍ରେଟିକ ପାର୍ଟି ତରଫରୁ ନାମାଙ୍କନ ପତ୍ର ଦାଖଲ କରିଥିଲେ । କିନ୍ତୁ ପରେ ତାଙ୍କୁ ଏହି କମ୍ପିଟିସନରୁ ଓହରିବାକୁ ପଡ଼ିଥିଲା । ଅନ୍ୟପଟେ ଡ଼େମୋକା୍ରଟିକ ପାର୍ଟି କମଳାଙ୍କ ଯୋଗ୍ୟତାକୁ ଦେଖି ତାଙ୍କୁ ଉପରଷ୍ଟ୍ରପତି ପଦ ଦେଇଥିଲା ।

ଉପରାଷ୍ଟ୍ରପତି ଭାବେ ବିଜୟୀ ହେବା ପରେ କମଳା ହାରିସ ତାଙ୍କ ଭାରତୀୟ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ ତାଙ୍କ ବିଜୟର ସମସ୍ତ ଶ୍ରେୟ ତାଙ୍କ ମା’ଙ୍କୁଦେଇଥିଲେ । ତାଙ୍କ ମା’ ଶ୍ୟାମଳା ଗୋପାଳନ ଜଣେ କ୍ୟାନସର ରିସର୍ଚର ଥିଲେ । ୧୯୫୮ରେ ମାତ୍ର ୧୯ ବର୍ଷ ବୟସରେ ତାଙ୍କ ମା’ ଭାରତରୁ ଆମେରିକା ଆସିଥିଲେ । ପରେ ସେ ଏଠାରେ ଡ଼ୋନାଲ୍ଡ ଜେ ହାରିସଙ୍କୁ ବିବାହ କରିଥିଲେ । ଡ଼ୋନାଲ୍ଡ ଷ୍ଟାନଫଡ଼ ବିଶ୍ୱବିଦ୍ୟାଳୟର ଜଣେ ଇକୋନମିକ ପ୍ରଫେସର ଥିଲେ । କମଳା ପ୍ରଥମ କୃଷ୍ଣକାୟ ଉପରାଷ୍ଟ୍ରପତି ଭାବରେ ବିଜୟୀ ହେବା ପରେ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏହା ସହ ତାଙ୍କ ରାଜନୈତିକ ଜୀବନରେ ଅନେକ ‘ପ୍ରଥମ’ ଯୋଡି ପାରିଛନ୍ତି । ସେ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହୋଇଥିବା ବେଳେ ପ୍ରଥମ କୃଷ୍ଣକାୟ , ପ୍ରଥମ ଭାରତୀୟ-ଆମେରିକୀୟ , ଏବଂ ପ୍ରଥମ ଏସୀୟ ଉପରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିପାରିଛନ୍ତି ।

କମଳା ହାୱାର୍ଡ଼ ବିଶ୍ୱବିଦ୍ୟାଳୟରୁ ଡିଗ୍ରି ହାସଲ କରିଥିଲେ । ପରେ ସେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରି ଶେଷ କରି ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ତେବେ ୨୦୦୩ ବେଳକୁ ସେ ଜଣେ ପ୍ରସିଦ୍ଧ ଆଇନଜୀବି ଭାବରେ ପରିଚୟ ସୃଷ୍ଟି କରିପାରିଥିଲେ । ପରେ ୨୦୧୦ରେ ସେ କାଲିଫର୍ଣ୍ଣିଆର ଆଟର୍ଣ୍ଣି ଜେନେରାଲ ହୋଇପାରିଥିଲେ । ୨୦୧୭ ମସିହାରେ ସେ ସିନେଟର ନିର୍ବାଚିତ ହୋଇଥିଲେ । କମଳା ଜୀବନ ସାଥୀ ରୂପେ ଅଟରନି ଡ଼ଗଲ୍ସ ଅମହାଫଙ୍କୁ ବିବାହ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular