spot_img

ଚଳିତ ବର୍ଷ ଭୁବନେଶ୍ବରରେ ହେବନାହିଁ ବାଲିଯାତ୍ରା

ଭୁବନେଶ୍ବର କରୋନା ପାଇଁ ବାଲିଯାତ୍ରା ଉପରେ କଟକଣା। ଚଳିତ ବର୍ଷ ଭୁବନେଶ୍ବରରେ ବାଲିଯାତ୍ରା ହେବ ନାହିଁ । କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏ ନେଇ ଆଲୋଚନା କରାଯାଇଥିଲା । ବୈଠକ ପରେ ବାଲିଯାତ୍ରା ନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ଅନୁଷ୍ଠିତ ବୈଠକରେ ବାଲିଯାତ୍ରା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

ପୂର୍ବରୁ କରୋନା ପାଇଁ କଟକ ବାଲିଯାତ୍ରା ଉପରେ କଟକଣା ଲଗାଯାଇଥିଲା । ଚଳିତ ବର୍ଷ କଟକରେ ହେବ ନାହିଁ ପ୍ରସିଦ୍ଧ ବାଲିଯାତ୍ରା। କୋଭିଡ୍ ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିଲା । ସାମୁହିକ ବୋଇତ ବନ୍ଦାଣ ଉତ୍ସବ ଉପରେ ମଧ୍ୟ ବାରଣ କରାଯାଇଛି ।

ସୂଚନାଯୋଗ୍ୟ ଯେ, କଟକ ଭଳି ଭୁବନେଶ୍ବରରେ ପ୍ରତିବର୍ଷ ବାଲିଯାତ୍ରା ବଡ଼ ଧୁମ୍‌ ଧାମ୍‌ରେ ପାଳିତ ହୋଇଥାଏ । ହଜାର ହଜାର ଲୋକଙ୍କ ଭିଡ଼ ଜମିଥାଏ । ମାତ୍ର କରୋନା ପାଇଁ ଏଥର ବାଲିଯାତ୍ରା ଉପରେ କଟକଣା ଜାରି କରାଯାଇଛି।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular