ଫରାହ ଖାନ୍ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଓମ୍ ଶାନ୍ତି ଓମ୍’ ଆଜି ୧୩ ବର୍ଷ ପୂରଣ କରିଛି। ଏଥିସହ ବଲିଉଡ୍ ରାଣୀ ଦୀପିକା ପାଦୁକୋଣ ମଧ୍ୟ ବଲିଉଡ୍ରେ ନିଜର ୧୩ ବର୍ଷ ସମ୍ପୂର୍ଣ୍ଣ କରିଛନ୍ତି। ଏହି ଚଳଚ୍ଚିତ୍ର ଜରିଆରେ ଦୀପିକା ବଲିଉଡ୍ରେ ପାଦ ଥାପିଥିବା ବେଳେ ଏଥିରେ ତାଙ୍କ ନିଖୁଣ ଅଭିନୟ ଓ ଅପରୂପ ସୌନ୍ଦର୍ୟ୍ୟ ରାତାରାତି ତାଙ୍କୁ ସୁପରଷ୍ଟାର୍ କରି ଦେଇଥିଲା। ଏଥିସହ ଏଥିପାଇଁ ସେ ଶ୍ରେଷ୍ଠ ମହିଳା ଡେବ୍ୟୁର ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ଏହାପରେ ବହୁ ଆଇକନିକ୍ ଭୂମିକାରେ ଅବତୀର୍ଣ୍ଣ ହୋଇ ସେ ଭାରତୀୟ ଚଳଚ୍ଚିତ୍ର ଜଗତର ଏକବିଂଶ ଶତାବ୍ଦୀ ଶ୍ରେଷ୍ଠ ଅଭିନେତ୍ରୀ ହୋଇପାରିଛନ୍ତି। ଦୀପିକାଙ୍କ ଡେବ୍ୟୁ ଚଳଚ୍ଚିତ୍ର ‘ଓମ୍ ଶାନ୍ତି ଓମ୍’ର ୧୩ ବର୍ଷ ପୂରଣ ହୋଇଛି ଜ୍ଝ ଏନେଇ ଦୀପିକା ତାଙ୍କର ଏହି ସଫଳତାକୁ ପାଳନ କରିଛନ୍ତି। ଏଥିସହ ସେ ଇନଷ୍ଟାଗ୍ରାମ ଏବଂ ଟ୍ୱିଟର ଆକାଉଣ୍ଟର ନାଁ ବଦଳାଇ ‘ଶାନ୍ତିପ୍ରିୟା’ କରିଛନ୍ତି। ଏହି ଡେବ୍ୟୁ ଚଳଚ୍ଚିତ୍ରରେ ଦୀପିକା ପାଦୁକୋନଙ୍କ ଚରିତ୍ରର ନାମ ଥିଲା ‘ଶାନ୍ତିପ୍ରିୟା’ ଜ୍ଝ କେବଳ ଏତିକି ନୁହେଁ, ଦୀପିକା ତାଙ୍କର ପ୍ରଦର୍ଶନ ଚିତ୍ର ବଦଳାଇ ଫିଲ୍ମରୁ ତାଙ୍କର ଏବଂ ଶାହାରୁଖ ଖାନଙ୍କ ଚିତ୍ର ରଖିଥିଲେ, ଯିଏ ଫିଲ୍ମର ମୁଖ୍ୟ ଅଭିନେତା ଥିଲେ। ‘ଓମ୍ ଶାନ୍ତି ଓମ୍’ କେବଳ ଆଲୋଚନାତ୍ମକ ପ୍ରଶଂସା ପାଇନାହିଁ ବରଂ ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ସଫଳ ହୋଇଛି। ଦୀପିକା ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ଏବଂ ‘ଓମ୍ ଶାନ୍ତି ଓମ୍’ ତାଙ୍କୁ ଭାରତୀୟ ସିନେମାର ମାନଚିତ୍ରରେ ଆଣିଛି। ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ହୋଇଥିଲେ ମଧ୍ୟ ଦୀପିକା ଏହି ଚରିତ୍ର ପାଇଁ ଅନେକ ପୁରସ୍କାର ଜିତିଛନ୍ତି ଜ୍ଝ ଦୀପିକା ଖୁବ୍ ଶୀଘ୍ର ଶକୁନ୍ ବତ୍ରାଙ୍କ ନିର୍ଦେଶୀତ ଫିଲ୍ମରେ ନଜର ଆସିବେ । ଏଥିସହ ଏହି ଫିଲ୍ମରେ ତାଙ୍କ ସହ ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଅନନ୍ୟା ପାଣ୍ଡେ ମଧ୍ୟ ନଜର ଆସିବେ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0