spot_img

ଫିଲ୍ମ ‘ମେ ଡେ’ରେ ଏକାଠି ଆସିବେ ନଜଅମିତାଭ ବଚ୍ଚନ, ଅଜୟ ଦେବଗନ

ଅମିତାଭ ବଚ୍ଚନଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବେ ଅଜୟ ଦେବଗନ ।ଅଜୟ ଦେବଗନ୍ ପୁଣି ଥରେ ନିର୍ଦ୍ଦେଶକ ଚେୟାରରେ ବସିବାକୁ ଯାଉଛନ୍ତି । ସୂଚନା ଅନୁଯାୟୀ ସେ ଅମିତାଭ ବଚ୍ଚନଙ୍କୁ ନେଇ ‘ମେ ଡେ’ ନାମକ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଅଜୟ ନିଜେ ମଧ୍ୟ ଏହି ଚଳଚ୍ଚିତ୍ରରେ ଅଭିନୟ କରିବେ । ସେ ଜଣେ ପାଇଲଟ ଭୂମିକାରେ ଅଭିନୟ କରିବେ । ‘ମେ ଡେ’ର ଶୁଟିଂ ଚଳିତ ବର୍ଷ ଡିସେମ୍ବରରୁ ଆରମ୍ଭ ହେବ । ସେତେବେଳକୁ ଅନ୍ୟ କଳାକାରମାନେ ମଧ୍ୟ ମନୋନୀତ ହେବେ । ପ୍ରଥମ ସିଡ୍ୟୁଲ ହାଇଦ୍ରାବାଦରେ ହେବ । ଅଜୟ ଏବଂ ଅମିତାଭ ପ୍ରାୟ ୭ ବର୍ଷ ପରେ ଏକାଠି ଏକ ଫିଲ୍ମ କରିବାକୁ ଯାଉଛନ୍ତି । ଏହି ଉଭୟ କଳାକାର ମେଜର ସାବ, ଖାକି ଏବଂ ସତ୍ୟାଗ୍ରହ ଭଳି ଚଳଚ୍ଚିତ୍ରରେ ଏକାଠି କାମ କରିଥିବା ଦେଖିବାକୁ ମିଳିଥିଲା । ମିଳିଥିବା ଖବର ଅନୁଯାୟୀ ‘ମେ ଡେ’କୁ ପ୍ରଡ୍ୟୁସ କରିବେ ନିଜେ ଅଜୟ ଦେବଗନ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular