spot_img

କୋଭିଡ଼ କଟକଣାରେ ଚାଲିଛି ଭୋଟ ଗଣତି

ଭୁବନେଶ୍ୱର: କୋଭିଡ଼ କଟକଣାରେ ବାଲେଶ୍ୱର ଓ ତିର୍ତ୍ତାଲ ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି ଭୋଟ ଗଣତି । ଗଣତି ପାଇଁ ପ୍ରତି ନିର୍ବାଚନମଣ୍ଡଳୀରେ ୩ଟି ଲେଖାଏଁ କାଉଣ୍ଟିଂ ହଲ୍ ରହିଛି । ଦୁଇଟି ହଲ୍ରେ ୭ଟି ଲେଖାଏଁ ୧୪ଟି ଟେବୁଲ ଓ ତୃତୀୟ ହଲ୍ରେ ପୋଷ୍ଟାଲ୍ ବ୍ୟାଲଟ୍ରେ ଗଣତି ପାଇଁ ବ୍ୟବସ୍ଥା ହୋଇଛି ।ପ୍ରତି ଟେବୁଲ୍ରେ ଗଣନା ପାଇଁ ୩ ଜଣ ଲେଖାଏଁ କର୍ମଚାରୀ ଏବଂ ଜଣେ ଲେଖାଏଁ କାଉଣ୍ଟିଂ ଏଜେଣ୍ଟ ରହଛନ୍ତି । ତିର୍ତ୍ତୋଲରେ ୩୭୩ ଓ ବାଲେଶ୍ୱରେ ୩୪୬ଟି ବୁଥ୍ ରହିଛି । ତେବେ ଗଣତି ଶେଷରେ ପ୍ରତି ନିର୍ବାଚନମଣ୍ଡଳୀର ଯେକୌଣସି ୫ଟି ବୁଥ୍ରେ ଭିଭିପ୍ୟାଟ୍ ଗଣନା କରାଯିବ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଗଣତି ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular