spot_img

ବାଲେଶ୍ୱର ଓ ତିର୍ତ୍ତାଲରେ ବିଜେଡ଼ି ଆଗୁଆ

ଭୁବନେଶ୍ୱର: ଦିନ  ୧ଟା ସୁଦ୍ଧା ଉଭୟ ଆସନରେ ବିଜେଡି ଆଗୁଆ ଥିବା ଜଣାଯାଇଛି। ବାଲେଶ୍ୱର ବିଧାନସଭାରେ ପୋଷ୍ଟାଲ ବାଲାଟ ଗଣତିରେ ବିଜେଡି ଆଗୁଆ ରହିଛି। ପୋଷ୍ଟାଲ ବାଲାଟରେ ମୋଟ ଭୋଟ  ସଂଖ୍ୟା ୭,୧୮୪ ଥିବା ବେଳେ  ବିଜେଡି ଖାତାରେ ୩,୪୨୭ ପଡ଼ିଥିବା ବେଳେ ଓ ବିଜେପି ୨,୮୧୨ ଭୋଟ ହାତେଇ ପାରିଛି । ସେହିପରି, ତିର୍ତ୍ତୋଲ ବିଧାନସଭା ଆସନରେ ବିଜେଡି ଆଗୁଆ ଥିବା ବେଳେ ପ୍ରଥମ ରାଉଣ୍ଡରେ ବିଜେଡିକୁ ୩,୮୫୨ ଭୋଟ ମିଳିଛି। ବିଜେଡି ପଛକୁ ବିଜେପିକୁ ୨,୭୭୪ ଓ କଂଗ୍ରେସକୁ ମିଳିଛି ୪୪୨ ଭୋଟ। ଗଣତି ପାଇଁ ପ୍ରତି ନିର୍ବାଚନମଣ୍ଡଳୀରେ ୩ଟି ଲେଖାଏଁ କାଉଣ୍ଟିଂ ହଲ୍ ରହିଛି । ଦୁଇଟି ହଲ୍‌ରେ ୭ଟି ଲେଖାଏଁ  ୧୪ଟି ଟେବୁଲ ଓ ତୃତୀୟ ହଲ୍‌ରେ ପୋଷ୍ଟାଲ୍ ବ୍ୟାଲଟ୍‌ରେ ଗଣତି ପାଇଁ ବ୍ୟବସ୍ଥା ହୋଇଛି । ପ୍ରତି ଟେବୁଲ୍‌ରେ ଗଣନା ପାଇଁ ୩ ଜଣ ଲେଖାଏଁ କର୍ମଚାରୀ ଏବଂ ଜଣେ ଲେଖାଏଁ କାଉଣ୍ଟିଂ ଏଜେଣ୍ଟ ଥିବା ଜଣାଯାଇଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular