ସୁନ୍ଦରଗଡ : ଭିଟାମାଟିକୁ ଫେରୁଛନ୍ତି ବିର୍ଜୁ କୁଲୁ । ସୁନ୍ଦରଗଡ କୁତ୍ରା ବ୍ଲକ୍ କଟଙ୍ଗ ଜଙ୍ଗାରପଡା ଗାଁରକୁ ଫେରୁଛନ୍ତି ବିର୍ଜୁ କୁଲୁ । ବିର୍ଜୁ କୁଲୁ ୨୦ବର୍ଷ ପାକିସ୍ତାନର ଲାହୋର ଜେଲରେ ରହିବା ପରେ ଗତ ୨୬ ତାରିଖରେ ମୁକ୍ତ ହୋଇଥିଲା । ଓ୍ବାଘା ସୀମାଦେଇ ସ୍ବଦେଶ ଫେରିଥିଲେ ବିର୍ଜୁ । ସ୍ବେଦେଶ ଫେରିବା ପରେ ବିର୍ଜୁଙ୍କୁ ଅମୃତସର ନାରାୟଣଗଞ୍ଜ କ୍ଵାରେଣ୍ଟଟାଇନ ସେଣ୍ଟରରେ ରଖାଯାଇଥିଲା ।ତେବେ ବିର୍ଜୁଙ୍କୁ ଆଣିବା ପାଇଁ ସୁନ୍ଦରଗଡ ପ୍ରଶାସନ ଗତ ୬ ତାରିଖରେ ଅମୃତସର ଅଭିମୁଖେ ବାହାରିଥିଲା । ଗତ ଶୁକ୍ରବାର ଦିନ ଗାଡିକୁ ପୂଜାର୍ଚ୍ଚନା କରିବା ପରେ ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା ପତାକା ଦେଖାଇଥିଲେ । ଏହାପରେ ଗାଡିଟି ଅମୃତସର ଅଭିମୁଖେ ବାହାରିଥିଲା । ସୋମବାର ଦିନ କୁତ୍ରା ବ୍ଲକର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମଦନ ସିଂ ବିର୍ଜୁଙ୍କ ନିକଟରେ ପହଞ୍ଚିଥିଲେ । ଏହାପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ମଙ୍ଗଳବାର ସକାଳୁ ବିର୍ଜୁ ସୁନ୍ଦରଗଡ ଫେରୁଥିବା ନେଇ ସୂଚନା ମିଳିଛି।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0