ଝାରସୁଗୁଡ଼ା : ଟ୍ରେନରୁ କୋଇଲା ଚୋରି କରିବାକୁ ଉଦ୍ୟମ କରି ଜଣେ ଯୁବକ ଗୁରୁତର ହୋଇଛନ୍ତି। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିବା ଯୁବକଙ୍କୁ IGH ରାଉରକେଲାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଝାରସୁଗୁଡା ଜିଲ୍ଲାର ବେଲପାହାଡ଼ ପୌରାଞ୍ଚଳସ୍ଥିତ ନୂଆପଡାଠାରେ କୋଇଲା ବୋଝେଇ ଏକ ମାଲବାହୀ ଟ୍ରେନ ଠିଆ ହୋଇଥିଲା। ଏହି ସମୟରେ ନୂଆପଡ଼ାର ୪୦ ବର୍ଷୀୟ ଯୁବକ ମେହମୁଦ ଆଲମ ଠିଆ ହୋଇଥିବା ଟ୍ରେନରେ ଚଢ଼ି କୋଇଲା ଚୋରି କରୁଥିଲେ। ମାତ୍ର ହଠାତ୍ ସେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0