ଦୁବାଇ: ମୁମ୍ବାଇକୁ ମିଳିଲା ଆଇପିଏଲର ପଞ୍ଚମ ମୁକୁଟ । ପଞ୍ଚମଥର ଆଇପିଏଲ ଟ୍ରଫିକୁ ନିଜ ନାମରେ କରି ଇତିହାସ ରଚିଛି ମୁମ୍ବାଇ ଇଣ୍ଡିଆନ୍ସ । ଆଇପିଏଲ ଲଢେଇର ଫାଇନାଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଚଳିତ ବର୍ଷ କରୋନା ସଙ୍କଟ କାଳରେ ଆରମ୍ଭ ହୋଇଥିଲା ଆଇପିଏଲ ମ୍ୟାଚ । ଆଇପିଏଲ ଇତିହାସରେ ପ୍ରଥମଥର ପାଇଁ ବିନା ଦର୍ଶକରେ ଖେଳାଯାଉଥିଲା ମ୍ୟାଚ । ତେବେ କାଲି ଆଇପିଏଲ ଟୁର୍ଣ୍ଣାମେଣ୍ଟର ଯବନିକା ପଡିଯାଇଛି । ଷଷ୍ଠଥର ଫାଇନାଲରେ ପହଁଞ୍ଚିଥିବା ମୁମ୍ବାଇ ପଞ୍ଚମଥର ପାଇଁ ଟ୍ରଫି ଜିତିବା ଲକ୍ଷରେ ରହିଥିବା ବେଳେ, ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲ ଜିତି ଇତିହାସ ରଚିବାକୁ ଆଶା ବାନ୍ଧିଥିଲା । ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଯୁବ ଯୋଦ୍ଧାଙ୍କୁ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ଟ୍ରଫି ଟକ୍କରରେ ମୁହାଁ ମୁହିଁ ହୋଇଥିଲେ । ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ଦୀର୍ଘ ୧୨ ବର୍ଷର ପ୍ରତୀକ୍ଷା ପରେ ପ୍ରଥମ ଥର ପାଇଁ ଫାଇନାଲ ମ୍ୟାଚରେ ପହଁଞ୍ଚିଥିଲା । ଯଦି ଆମେ ପୂର୍ବ ମ୍ୟାଚକୁ ଦେଖିବା, ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ହାଟ୍ରିକ ପରାଜୟ ବରଣ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ତେଣୁ କାଲିର ମ୍ୟାଚରେ ମୁମ୍ବାଇକୁ ମାତ ଦେବାର ଦମ୍ଭ ଓ ଦକ୍ଷତା ରଖି ପଡିଆକୁ ଓହ୍ଲାଇଥିଲା ଦିଲ୍ଳୀ କ୍ୟାପିଟାଲ୍ସ । ଚଳିତ ବର୍ଷ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ୧୪ଟି ମ୍ୟାଚ ଖେଳି ୯ଟି ମ୍ୟାଚ ଜିତିଛି । ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ୧୪ଟି ମ୍ୟାଚରୁ ୮ଟି ମ୍ୟାଚ ଜିତିଛି । ଯଦି ଆମେ ଉଭୟ ଦଳଙ୍କ ଛକା ଉପରେ ଦୃଷ୍ଟି ଦେବା, ମୁମ୍ବାଇ ଦଳ ମୋଟ ୧୩୦ଟି ଛକା ମାରିଥିବା ବେଳେ ଦିଲ୍ଲୀ ଦଳ ସର୍ବମୋଟ ୮୪ଟି ଛକା ମାରିଛି । ମୁମ୍ବାଇର ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଯଶପ୍ରୀତ ବୁମରା । ଅନ୍ୟପଟେ ଯଦି ଆମେ ବିପକ୍ଷ ଦଳକୁ ଦେଖିବା, ଦିଲ୍ଲୀର ଦୁଇ ପେସ ବୋଲର କାଗିସୋ ରାବାଡା ୨୯ଟି ଓ ଆନରିଚ୍ ସର୍ବମୋଟ ୨୦ଟି ୱିକେଟ ନେଇଛନ୍ତି । ସେହିପରି ବ୍ୟାଟିଂରେ ୨ଟି ଶତକ ସହ ୬୦୩ ରନ କରିଥିବା ଓପନର ଶିଖର ଧାୱନ ଚମକ୍ରାର ଫର୍ମରେ ଥିଲେ କିନ୍ତୁ କାଲିର ମ୍ୟାଚରେ ତାଙ୍କ ବ୍ୟାଟିଂର ଯାଦୁ ଦର୍ଶକଙ୍କୁ ଦେଖିବା ପାଇଁ ମିଳିନଥିଲା । କାଲିର ମ୍ୟାଚରେ ଆଶା କରାଯାଉଥିଲା ବିପକ୍ଷ ଦଳ ମୁମ୍ବାଇର ଶକ୍ତିଶାଳୀ ବ୍ୟାଟିଂ ଲାଇନକୁ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ୱିନ ଚମକ୍ରାର ବୋଲିଂ କରି ରୋକିବାରେ ସମର୍ଥ ହେବେ । କିନ୍ତୁ ତାହା ନହୋଇ ମୁମ୍ବାଇ ଅତି ସହଜରେ ମ୍ୟାଚକୁ ନିଜ ନାମରେ କରିଦେଇଛି ।
The only team and the captain to win 5⃣ IPL titles 🔝👌
Congratulations to @mipaltan and @ImRo45 👊💪#Dream11IPL pic.twitter.com/rSb1uLjumz
— IndianPremierLeague (@IPL) November 10, 2020
କିଏ ଜିତିବ ୨୦୨୦ର ଆଇପିଏଲ ଟେଣ୍ଟି-୨୦ କପ । ଏନେଇ ବିଶେଷଜ୍ଞ ମହଲରେ ବିଶ୍ଳେଷଣ ଚାଲିଥିବା ବେଳେ ଦର୍ଶକଙ୍କ ମଧ୍ୟରେ ଦେଖା ଦେଇଥିଲା ଢେର ସାରା ଉକ୍ରଣ୍ଠା । ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ୪ ଥର ଆଇପିଏଲ ଟ୍ରଫିକୁ ନିଜ ନାମରେ କରିସାରିଛି । ଅନ୍ୟପଟେ ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରିଥଲା ଦିଲ୍ଲୀ କ୍ୟାପିଟାଲ୍ସ । ଏହା ପୂର୍ବରୁ ଶ୍ରେୟସ ଆୟାରଙ୍କ ନେତୃତ୍ୱାଧିନ ଦିଲ୍ଲୀ କ୍ୟାପିଟାଲ୍ସ ୨ଥର ସେମିଫାଇନାଲରେ ପହଁଞ୍ଚିଥିଲା । ତେବେ କିଏ ଜିତିବ ୨୦୨୦ ଆଇପିଏଲ ୨୦୨୦ କପ୍ । ଏହା ଉପରେ ସମସ୍ତଙ୍କର କଳ୍ପନା ଜଳ୍ପନା ଚାଲିଥିବା ବେଳେ ମୁମ୍ବାଇ ବିପକ୍ଷ ଦଳ ଦିଲ୍ଲୀକୁ ମାତ ମାରି ରହିଛି ଇତିହାସ । ଯଦି ଆମେ କାଲିର ମ୍ୟାଚ ଉପରେ ଦୃଷ୍ଟି ପକାଇବା ତାହାଲେ, ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିଥିଲା । ୨୦ ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟ ହରାଇ ୧୫୭ ରନ ସଂଗ୍ରହ କରିବାରେ ସମର୍ଥ ହୋଇଥିଲା । ଦଳକୁ ଏକ ସମ୍ମାନ ଜନକ ସ୍କୋର ଦେବାର ଶ୍ରେୟ କ୍ୟାପଟେନ ଶ୍ରେୟସ ଆୟାରଙ୍କ ପାଖକୁ ଯାଇଥିଲା । ଅନ୍ୟପଟେ ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଷବ ପନ୍ତ ମଧ୍ୟ କାଲି ଭଲ ପ୍ରଦର୍ଶନ କରିଥିଲେ । ସେହିପରି ଏହାର ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ଅତି ସହଜରେ ମୋଟ ୫ ୱିକେଟ ହରାଇ ମ୍ୟାଚକୁ ଜିତି ପାରିଥିଲା । ଯଦି ଆମେ ବିଜେତା ରାଶି ଉପରେ ନଜର ପକାଇବା ତେବେ, ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ୨୦ କୋଟି ରାଶି ପାଇଥିବା ବେଳେ ଉପବିଜେତା ଦିଲ୍ଲୀ କ୍ୟାପିଟାଲ୍ସ ୧୨.୫ କୋଟି ଟଙ୍କା ପାଇଛି । ଏହା ସହ ଚଳିତ ବର୍ଷ ଆଇପିଏଲ ସଂସ୍କରଣରେ ସର୍ବାଧିକ ରନ କରି କେଏଲ ରାହୁଲ ନାରଙ୍ଗୀ ଟୋପି ପାଇଥିବା ବେଳେ, ସର୍ବାଧିକ ୱିକେଟ ନେଇ କାଗିସୋ ରାବାଡା ବାଇଗଣୀ ଟୋପିର ଅଧିକାର ହୋଇପାରିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0