ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ପ୍ରତିଦିନ ନୂଆ ସଂକ୍ରମଣ କମୁଛି । ତେବେ ଆଜି ରାଜ୍ୟରେ ୧୨୨୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ୭୦୩ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୫୧୭ ଜଣ ସ୍ଥାନୀୟ ବାସିନ୍ଦା ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୫ ହଜାରରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ୫୮ଜଣ, ବାଲେଶ୍ୱରରୁ ୨୧ଜଣ,ବରଗଡ଼ରୁ ୬୦, ଭଦ୍ରକ ଜିଲ୍ଲାରୁ ୨୮,ବଲାଙ୍ଗୀର ୩୩, ବୌଦ୍ଧ ୫, କଟକ ଜିଲ୍ଲାରୁ ୯୬ ଜଣ, ଦେଓଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୨୬ଜଣ,ଗଜପତିରୁ ୫, ଗଞ୍ଜାମରୁ ୨୭ଜଣ, ଜଗତସିଂହପୁରରୁ ୫୯ଜଣ, ଯାଜପୁରରୁ ୨୬ଜଣ, ଝାରସୁଗୁଡ଼ାରୁ ୩୨ଜଣ, କଳାହାଣ୍ଡିରୁ ୫୯ଜଣ, କନ୍ଧମାଳରୁ ୮ଜଣ, କେନ୍ଦ୍ରାପଡ଼ାରୁ ୪୮ଜଣ, କେନ୍ଦୁଝରରୁ ୪୮ଜଣ, ଖୋର୍ଦ୍ଧାରୁ ୧୩୪ଜଣ, କୋରାପୁଟରୁ ୨୧ଜଣ, ମାଲକାନଗିରିରୁ ୧୯ଜଣ, ମୟୁରଭଞ୍ଜରୁ ୪୬ଜଣ, ନବରଙ୍ଗପୁରରୁ ୧୪ଜଣ, ନୟାଗଡ଼ରୁ ୨୦ଜଣ, ନୂଆପଡ଼ାରୁ ୬୬ଜଣ, ପୁରୀରୁ ୬୦ଜଣ, ରାୟଗଡ଼ାରୁ ୫ଜଣ, ସମ୍ବଲପୁରରୁ ୪୦ଜଣ, ସୋନପୁରରୁ ୧୩ଜଣ, ସୁନ୍ଦରଗଡ଼ରୁ ୧୧୯ଜଣ ରହିଛନ୍ତି ।
ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୨ ହଜାର ୩୪୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨ ଲକ୍ଷ ୯୧ହଜାର ୧୩୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୫୦ ଲକ୍ଷ ୭୭ହଜାର ୧୧୯ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0