spot_img

କୁକୁଡା ପଡା ଭାଙ୍ଗିଲା ପୋଲିସ

ପୋଲିସ୍ ଭାଙ୍ଗିଲା କୁକୁଡା ପଡା । ରାଧିକା ଦେଇ ପୁର ପଞ୍ଚାୟତ ପାତନା ସାପ୍ତାହିକ ହାଟରେ ଦୀର୍ଘ ଦିନ ହେବ ଚାଲୁଥିଲା କୁକୁଡା ପଡା । କୁକୁଡା ଲଢେଇ ଆଳରେ ଲୋକଙ୍କ ମଧ୍ୟରେ ହଜାର ହଜାର ଟଙ୍କା ବାଜି ଲାଗୁଥିଲା । ଏହାକୁ ନେଇ ଗଣ୍ଡଗୋଳ ମଧ୍ୟ ହେଉଥିଲା । ଖବର ପାଇ ଘସିପୁରା ଥାନା ଏସଆଇ ବିଶ୍ୱଜିତ ବେହେରା ଦିନ ପ୍ରାୟ ୨ ଟା ବେଳେ ହାଟରେ ଚଢାଉ କରିଥିଲେ । ପୋଲିସକୁ ଦେଖି ଲୋକେ ଛତ୍ରଭଙ୍ଗ ଦେଇଥିଲେ । ପୋଲିସ କୁକୁଡା ପଡାକୁ ଭାଙ୍ଗିବା ସହ ସ୍ଥାନୀୟ ଅଞ୍ଚଳରେ କୁକୁଡା ଲଢେଇ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ସାପ୍ତାହିକ ହାଟର କିଛି ଦୂରରେ କୁକୁଡା ଲଢେଇ ପାଲି ଖେଳ ସହ ଚୋରା ମହୁଲି ବିକ୍ରି ହେଉଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular