ପୁରୀ: ଅସ୍ତରଙ୍ଗ ଅଞ୍ଚଳରେ ଦିନକୁ ଦିନ ବଢି ଚାଲିଛି ମଦ ବ୍ୟବସାୟୀଙ୍କ ପାଦୃଭାବ । ଅଞ୍ଚଳରେ ମଦ ନିଶା ଯୁବ ଗୋଷ୍ଠୀଙ୍କୁ ଏକ ପ୍ରକାର ବିପଥଗାମୀ କରାଉଛି । ଆଜି ସ୍ଥାନୀୟ ପାଟସୁନ୍ଦରପୁର ଗ୍ରାମ ଅଜିତ ବେହେରାଙ୍କ ନିକଟରୁ ୫ ଲିଟର ବେଦେଶୀ ମଦ ଜବତ କରାଯାଇଛି । ଅସ୍ତରଙ୍ଗ ପୋଲିସ ଟିମ ଏହି ମଦ ଜବତ କରିବା ସହ ଏକ୍ସ ଇ ଜି ଆକ୍ଟ ୫୨ ଇ ଆଧାରରେ ମାମଲା ରୁଜୁ କରିଛି । ଅସ୍ତରଙ୍ଗ ପୋଲିସ ଷ୍ଟେସନରେ ଥାନା ଅଧିକାରୀ ବାମଦେବ ନନ୍ଦ ଯୋଗଦେବା ପରେ ନିଶାଡୀ ଓ ମଦୁଆ, ମଦ ବେପାରୀଙ୍କ କୋକୁଆଭୟ ସୃଷ୍ଟି ହୋଇଛି । ପୋଲିସ୍ ବର୍ତ୍ତମାନ ବିଭିନ୍ନ ଛକ ନିକଟରେ ଯାଞ୍ଚ କରୁଛି ।



Visitors Today : 0
Total Visitors : 130210
Total Views : 9891678
Visitors Online Now : 0