spot_img

ରାଜଧାନୀ ପାଇଁ ନୂଆ ଗାଇଡଲାଇନ, ବିବାହ ଉତ୍ସବରେ ରହିବେ ୧୦୦ଜଣ

ଭୁବନେଶ୍ୱର: ରାଜଧାନୀ ପାଇଁ ବିଏମ୍ସିର ନୂଆ ନିର୍ଦ୍ଦେଶନାମା। ବିବାହ କାର୍ଯ୍ୟକ୍ରମରେ ୧୦୦ଜଣରୁ ଅଧିକ ଲୋକ ହୋଇପାରିବେନି ଏକାଠି । କରୋନାର ଦ୍ୱିତୀୟ ଲହରୀ ଆଶଙ୍କାରେ ବିଏମ୍ସି ବିବାହ ଉତ୍ସବ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛି । ଏଥିସହିତ ଶୁଦ୍ଧ କି୍ରୟାରେ ବିଏମସି ପକ୍ଷରୁ ୫୦ଜଣଙ୍କୁ ଅନୁମତି ଦିଆଯାଇଛି। ସ୍ୱତନ୍ତ୍ର ରିଲିଫ କମିଶନର ଅନଲକ ୬ ଗାଇଡ଼ଲାଇନରେ ବିବାହ କାର୍ଯ୍ୟରେ ୨୦୦ଜଣ ଏବଂ ଶୁଦ୍ଧ କ୍ରିୟା ପାଇଁ ୧୦୦ଜଣ ରହିପାରିବେ ବୋଲି ସୂଚନା ଦେଇଥିଲୋ । ହେଲେ ମହାମାରୀର ଦ୍ୱିତୀୟ ଫେଜକୁ ଦୃଷ୍ଟିରେ ରଖି ଏହାକୁ ପରିବର୍ତନ କରାଯାଇଛି । ସେହିପରି ମାସ୍କ, ୬ ଫୁଟ ବ୍ୟବଧାନ ବାଧ୍ୟତାମୂଳକ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular