ଭୁବନେଶ୍ୱର: ଆଜିଠୁ ଯୁକ୍ତ୨ ଇନଷ୍ଟାଣ୍ଟ ପରୀକ୍ଷା ଆରମ୍ଭ । ଆଜି କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଥିଓରି ଓ ୧୨ ତାରିଖରେ ପ୍ରାକ୍ଟିକାଲ/ପ୍ରୋଜେକ୍ଟ ପେପର ପରୀକ୍ଷା କରାଯିବ। ଏକାଥରେ ରେଗୁଲାର, ଏକ୍ସ-ରେଗୁଲାର ଓ ଡିଷ୍ଟାନ୍ସ ଏଜୁକେସନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ।ପରୀକ୍ଷା ପାଇଁ ସାରା ରାଜ୍ୟରେ ୧୮୦ଟି କେନ୍ଦ୍ର ହୋଇଛି। ଯେଉଁଥିରେ ୧୩୯୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ପରୀକ୍ଷା ପାଇଁ ସମସ୍ତ କେନ୍ଦ୍ରରେ ପୁଲିସ ମୁତୟନ ରହିବେ। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲଗାଯାଇଛି। ଥିଓରି ପରୀକ୍ଷାରେ ପାସ କରି ପ୍ରାକ୍ଟିକାଲ ପରୀକ୍ଷାରେ ଫେଲ୍ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଉଭୟ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ପଡ଼ିବ। ଉଭୟ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷାରେ ଫେଲ୍ ହୋଇଥିବା ପରୀକ୍ଷାର୍ଥୀ ଉଭୟ ପରୀକ୍ଷା ଦେବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ଜାରି କୋଭିଡ୍-୧୯ ନିର୍ଦେଶାବଳୀ ଅନୁଯାୟୀ ପରୀକ୍ଷା ପରିଚାଳନା କରାଯିବ। ପରୀକ୍ଷାର୍ଥୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। ପରୀକ୍ଷା କେନ୍ଦ୍ରକୁ ଆସିବା ସମୟରେ ଛାତ୍ରଛାତ୍ରୀ ସାଙ୍ଗରେ ଆଡମିଟ୍ କାର୍ଡ ଓ ଫଟୋ ପରିଚୟପତ୍ର ଆଣିବେ। ପ୍ରବେଶ ସମୟରେ ଫାଟକ ନିକଟରେ ଯେପରି ଭିଡ଼ ନ ହୁଏ ସେଥିପ୍ରତି ଦୃଷ୍ଟି ହେବାକୁ ସମସ୍ତ ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦେଶ ଦିଆଯାଇଛି।



Visitors Today : 1
Total Visitors : 130306
Total Views : 9891809
Visitors Online Now : 0