spot_img

ମହିଳାଙ୍କ ଗଳାରେ ହେଉଥିଲା ଯନ୍ତ୍ରଣା, ଡାକ୍ତରଙ୍କ ପାଖକୁ ଯିବା ପରେ ଯାହା ବାହାରିଲା ତାହା ଦେଖି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ମାଛ ସ୍ୱାସ୍ଥ୍ୟ ପ୍ରତି ହୀତକାର ହୋଇଥାଏ । କିନ୍ତୁ ମାଛ ଖାଇବା ଦ୍ୱାରା ଯଦି ଜୀବନ ପ୍ରତି ବିପଦ ଆସେ ତେବେ କ’ଣ କରିହେବ । ତେବେ ଏଭଳି ଏକ ଘଟଣା ଜାପାନରେ ରହୁଥିବାର ମହିଳାଙ୍କ ସହ ଘଟିଥିବାର ଦେଖିବାକୁ ମିଳିଛି । ସାମନ୍ୟ ମାଛ ଖାଇବା ପରେ ଜଣେ ମହିଳାଙ୍କ ଗଳା ରେ ଏକ ଭୟାନକ ରୂପର କୀଟ ଦେଖିବାକୁ ମିଳିଛି । ଆଜ୍ଞା ହଁ ଏକଥା ବିଶ୍ୱାସ ନହେଲେ ମଧ୍ୟ ବିଲକୁଲ୍ ସତ ।

tonsilସୂଚନା ମୁତାବକ ଜାପାନରେ ରହୁଥିବା ଜଣେ ୨୫ ବର୍ଷ ର ମହିଳାଙ୍କ ପାଖରେ ଏହି ଏକ ଘଟଣା ଘଟିଥିବାର ଦେଖିବାକୁ ମିଳିଛି । ମହିଳା ଜଣକ ଯେତେବେଳେ ମାଛ ଖାଇଥିଲେ ତା ପର ଦିନ ତାଙ୍କ ଗଳାରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ସେ ପ୍ରଥମେ ଭାବିଥିଲେ ତାଙ୍କର ଟନ୍ସିଲ ଯୋଗୁଁ ଗଳାରେ ଯନ୍ତ୍ରଣା ହେଉଛି । ଏନେଇ ସେ ଡାକ୍ତରଙ୍କ ସହ ପରାମର୍ଶ ମଧ୍ୟ କରିଥିଲେ । କିନ୍ତୁ ଡାକ୍ତରଙ୍କ ପାଖକୁ ଯାଇ ଯେତେବେଳେ ଗଳା ପରୀକ୍ଷା କରିଥିଲେ ଗଳା ଭିତରେ ୩୮ ମିଲିମିଟର ଲମ୍ବ ଏବଂ ଏକ ମିଲିମିଟର ଚଉଡାର ଏକ ରାଉଣ୍ଡୱାର୍ମ ଥିବାର ଜାଣିବାକୁ ପାଇଥିଲେ । ଏହି କୀଟ ଦେଖିବାକୁ କଳା ରଙ୍ଗର ଥିଲା । ଏତେ ବଡ କୀଟ ଗଳା ଭିତରକୁ ଆସିଲା କିପରି ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପରେ ଜଣା ପଡିଲା ଯେ, ମହିଳା ଜଣକ କିଛି ଦିନ ପୂର୍ବରୁ ଜାପାନରେ ପ୍ରସିଦ୍ଧ ଖାଦ୍ୟ ସଶିମି ନାମକ ଏକ ଖାଦ୍ୟ ଖାଇଥିଲେ, ଯାହା କଂଚା ମାଛରୁ ତିିଆରି ହୋଇଥାଏ ।

tonsil-ମାଛ ମାନଙ୍କ ଦେହରେ ଏହି କୀଟକୁଡିକ ରହିଥାନ୍ତି । ତେବେ ଏହି କଂଚା ମାଛ ଯୋଗୁ ଏ ପ୍ରକାର କୀଟ ଗଳା ରେ ରହିଯାନ୍ତି । ଏନେଇ ମହିଳାଙ୍କ ଜଣଙ୍କ ତଣ୍ଟିରେ ଅଟକି ରହିଥିବା କୀଟକୁ ପାଟି ପଟେ ବାହାର କରାଯାଇଥିଲା । କୀଟଟିକୁ ଡି.ଏନ.ଏ ପି.ସି.ଆର. ପରୀକ୍ଷା କରିବା ଦ୍ୱାରା ଏହା ‘ସୁ୍ୟଡୋତେରାନୋଭା ଆଜାରସି’ ନାମକ ପ୍ରଜାତି କୀଟର ଚୁତୁର୍ଥ ସ୍ତରର ଲାର୍ଭା ବୋଲି ଜଣାପଡିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular