ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଡିଜିଟାଲ କାରବାର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ସ୍ୱିକୃତି ପ୍ରାପ୍ତ ଏବଂ ବ୍ୟାଙ୍କ ଗୁଡିକ ସହିତ ସଂଯୋଗ କରି ବିଭିନ୍ନ ଆପ ୟୁପିଆଇ ମାଧ୍ୟମରେ ଅନଲାଇନ କାରବାର ଜାରି ରଖିଛନ୍ତି । ଏପରି ହେବା ଦ୍ୱାରା ଟଙ୍କା ନେଣଦେଣ ପ୍ରକିୟା ସହଜ ହେବା ସହ କ୍ୟାସଲେସ କାରବାର ବୃଦ୍ଧି ପାଉଛି । ତେବେ ଭାରତରେ ରୂପେ କାର୍ଡ ପ୍ରଚଳନ ବୃଦ୍ଧି ହେବ । କରୋନା ସଙ୍କଟ କାଳରେ ରୂପେ କାର୍ଡ ବିଶ୍ୱସ୍ତରରେ ଅଧିକ ପ୍ରଚଳନ ହୋଇଛି । ଭାରତରେ ମଧ୍ୟ ରୂପେ କାର୍ଡର ପ୍ରଚଳନ ଅଧିକ କରାଯିବାକୁ ଯୋଜନା କରାଯାଉଛି । ସୂଚନା ଅନୁସାରେ, ନିର୍ମଳା ସୀତାରମଣ ଡିଜିଟାଲ କାରବାର ଆହୁରି ବୃଦ୍ଧି କରିବାକୁ ବ୍ୟାଙ୍କ ଗୁଡିକୁ ପରାମର୍ଶ ଦେଇଛନ୍ତି । ତାଙ୍କ କହିବା ଅନୁସାରେ, ସବୁ ଖାତାରେ ଆଧାର ଲିଙ୍କ ହୋଇଛି କି ନାହିଁ ତାହା ବ୍ୟାଙ୍କ ଗୁଡିକ ସ୍ପଷ୍ଟ କରିବା ଉଚିତ । ଯଦି ନ ହୋଇଥାଏ ତେବେ ୨୦୨୧ ମାର୍ଚ୍ଚ-୩୧ ସୁଦ୍ଧା ସବୁ ଖାତାରେ ଆଧାର କାର୍ଡ ଲିଙ୍କ ଶେଷ କରିବାକୁ ବ୍ୟାଙ୍କ ଗୁଡିକୁ ଅର୍ଥମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଭାରତରେ ବ୍ୟାଙ୍କ ଗୁଡିକ ଗ୍ରହକଙ୍କୁ ଅନ୍ୟ କୌଣସି କାର୍ଡ ଦେବା ସମୟରେ ରୁପେ କାର୍ଡ ମଧ୍ୟ ଦେବା ପାଇଁ ବ୍ୟବସ୍ଥା କରାଯିବ । ଏହା ସହ ବ୍ୟାଙ୍କ ଗୁଡିକ ନନ-ଡିଜିଟାଲ ପେମେଣ୍ଟ ହ୍ରାସ କରି ଡିଜିଟାଲ ପେମେଣ୍ଟ ବୃଦ୍ଧି କରିବା ପାଇଁ ପ୍ରୟାସ କରିବା ପାଇଁ ନିର୍ମଳା ସୀତାରମଣ କହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0