ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ପ୍ରତିଦିନ ନୂଆ ସଂକ୍ରମଣ କମୁଛି । ତେବେ ଆଜି ରାଜ୍ୟରେ ୯୮୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ୫୨୭ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୪୧୪ ଜଣ ସ୍ଥାନୀୟ ବାସିନ୍ଦା ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୫ ହଜାର ୯୮୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ୬୪ଜଣ, ବାଲେଶ୍ୱରରୁ ୪୩ଜଣ,ବରଗଡ଼ରୁ ୩୪, ଭଦ୍ରକ ଜିଲ୍ଲାରୁ ୧୦,ବଲାଙ୍ଗୀର ୨୬, ବୌଦ୍ଧ ୮, କଟକ ଜିଲ୍ଲାରୁ ୮୧ ଜଣ, ଦେଓଗଡ଼ରୁ ୫ ଜଣ, ଢେଙ୍କାନାଳରୁ ୨୬ଜଣ,ଗଜପତିରୁ ୩, ଗଞ୍ଜାମରୁ ୧୫ଜଣ, ଜଗତସିଂହପୁରରୁ ୫୪ଜଣ, ଯାଜପୁରରୁ ୨୮ଜଣ, ଝାରସୁଗୁଡ଼ାରୁ ୧୯ଜଣ, କଳାହାଣ୍ଡିରୁ ୪୨ଜଣ, କନ୍ଧମାଳରୁ ୧୩ଜଣ, କେନ୍ଦ୍ରାପଡ଼ାରୁ ୪୪ଜଣ, କେନ୍ଦୁଝରରୁ ୪୯ଜଣ, ଖୋର୍ଦ୍ଧାରୁ ୧୧୨ଜଣ, କୋରାପୁଟରୁ ୧୪ଜଣ, ମାଲକାନଗିରିରୁ ୬ଜଣ, ମୟୁରଭଞ୍ଜରୁ ୫୭ଜଣ, ନବରଙ୍ଗପୁରରୁ ୧୫ଜଣ, ନୟାଗଡ଼ରୁ ୧୦ଜଣ, ନୂଆପଡ଼ାରୁ ୩୮ଜଣ, ପୁରୀରୁ ୩୨ଜଣ, ରାୟଗଡ଼ାରୁ ୧୬ଜଣ, ସମ୍ବଲପୁରରୁ ୧୬ଜଣ, ସୋନପୁରରୁ ୩ଜଣ, ସୁନ୍ଦରଗଡ଼ରୁ ୮୦ଜଣ ରହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0