ମୁମ୍ବାଇ: ରାନୁ ମଣ୍ଡଳଙ୍କୁ ମିଳିଲା ନୂଆ ପ୍ରୋଜେକ୍ଟ । ସେ ରାମାୟଣ ଅଭିନେତ୍ରୀ ଦୀପିକାଙ୍କ ଅପକମିଙ୍ଗ ଫିଲ୍ମ ‘ସରୋଜିନୀ’ ରେ ଗୀତ ଗାଇବାକୁ ଯାଉଛନ୍ତି । ଏହି ଫିଲ୍ମଟି ସ୍ୱାଧିନତା ସଂଗ୍ରାମୀ ସରୋଜିନୀଙ୍କ ବାୟୋପିକ ଉପରେ ଆଧାରିତ । ଏନେଇ ନିଜେ ଦୀପିକା ନିଜ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିଛନ୍ତି ।

ଦୀପିକା ସୋସିଆଲ ମିଡିଆରେ ଭିଡିଓ ସେୟାର କରି କ୍ୟାପସନ୍ରେ ଲେଖିଛନ୍ତି ‘ମୋ ଫିଲ୍ମ ସରୋଜିନୀଟ୍ଟ ଧୀରଜ ମିଶ୍ରଙ୍କ ଲିଖିତ ଗୀତକୁ ରାନୁ ମଣ୍ଡଳ ଗାଉଛନ୍ତି’। ଭିଡିଓରେ ରାନୁ ମଣ୍ଡଳ ମଧ୍ୟ ଏହା କହୁଥିବା ଦେଖାଯାଇଛି। ଶେଷରେ ସେ କହୁଛନ୍ତି ‘ମୁଁ ଆଶା କରୁଛି ସେହି ଭଲ ପାଇବା ଓ ସମ୍ମାନ ମୋତେ ମିଳିବ ଯାହା ଲୋକମାନେ ମୋତେ ଦେଇ ଆସୁଛନ୍ତି’।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0