spot_img

ଆର୍ଥିକ ସ୍ଥିତିକୁ ସୁଦୃଢ କରିବ ଷ୍ଟିମୁଲେସ ପ୍ୟାକେଜ: ସୀତାରମଣ

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁଁ ଦେଶର ଅର୍ଥନୀତି ମେରୁଦଣ୍ଡ ଭାଙ୍ଗିପଡିଥିଲା । ତେବେ ଦେଶର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କଲେ ଷ୍ଟିମୁଲସ ପ୍ୟାକେଜ । କୋଭିଡ ସଙ୍କଟ କାଳରେ ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦେଶ୍ୟରେ ଏହା ଘୋଷଣା ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କହିବା ଅନୁସାରେ, ଦେଶର ଆର୍ଥିକ ଅବସ୍ଥାରେ ଦ୍ରୁତଗତିରେ ସୁଧାର ଆସୁଛି । ଜିଏସଟି ସଂଗ୍ରହ ୧୦ ପ୍ରତିଶତ ବଢିଛି । ନିବେଶରେ ବି ଭଲ ପ୍ରଗତି ହୋଇଛି । ଅନ୍ୟପଟେ ଅନ୍ତର୍ଜାତୀୟ ରେଟିଂ ସଂସ୍ଥା ମୁଡିଜ ବି ଦର୍ଶାଇଛି, ଦେଶର ଜିଡିପିରେ ସୁଧାର ଆସିଛି । ବିଦେଶୀ ମୁଦ୍ରା ଭଣ୍ଡାରରେ ବି ଭଲ ବୃଦ୍ଧି ଘଟିଛି । ବ୍ୟାଙ୍କ ଗୁଡିକର କ୍ର୍ରେଡିଟ ଗ୍ରୋଥ ବି ବଢିଛି ବୋଲି ସୀତାରମଣ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular