spot_img

ଥଣ୍ଡା ପାନୀୟ ଜଳର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର: ଥଣ୍ଡାପାନୀୟ ଜଳର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ବାଲେଶ୍ୱର ଜିଲ୍ଲା ଔପଦା ଡାକ୍ତରଖାନା ପରିସରରେ ଥଣ୍ଡା ପାନୀୟ ଜଳର ଶୁଭାରମ୍ଭ କରାଯାଇଛି । ଦୀର୍ଘ ଦିନ ହେବ ଡାକ୍ତରଖାନାରେ ପାନୀୟ ଜଳ ସମସ୍ୟା ରହିଥିଲା । ନଭେମ୍ବର ୧୧ ତାରିଖ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଜନ୍ମଦିନ ଉପଲକ୍ଷେ ଏକ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଦଳର ବହୁ ନେତା, କର୍ମୀ କେକ କାଟିବା ସହ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପରେ ଜନ୍ମଦିନ ଅବସରରେ ଫଳ ବଣ୍ଟନ କରିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଔପଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବାରୁ ସାଧାରଣ ଲୋକଙ୍କ ଦାବି ପରେ ଡାକ୍ତର ନିଯୁକ୍ତିର ପ୍ରତିଶୃତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏନେଇ ସେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସହ ଫୋନରେ ମଧ୍ୟ କଥା ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular