spot_img

ଲୋକାର୍ପିତ ହେବ ଆୟୁର୍ବେଦିକ ଶିକ୍ଷାନୁଷ୍ଠାନ

ଆଜି ଆୟୁର୍ବେଦ ଦିବସରେ ଲୋକାର୍ପିତ ହେବ ଆୟୁର୍ବେଦିକ ଶିକ୍ଷାନୁଷ୍ଠାନ । ଆର୍ୟୁବେଦ ପ୍ରଶିକ୍ଷଣ ଏବଂ ଗବେଷଣା କେନ୍ଦ୍ର ଜଳନ୍ଦର ଏବଂ ଜାତୀୟ ଆର୍ୟୁବେଦ ସଂସ୍ଥାନ ଜୟପୁରକୁ ଜାତି ଉର୍ଦ୍ଦେଶ୍ୟରେ ଆଜି ସମର୍ପିତ କରିବେ ପ୍ରଧାନମନ୍ତ୍ରୀ । ଆର୍ୟୁବେଦ ଦିବସ ପାଳନ ଅବସରରେ ଆୟୁସ ମନ୍ତ୍ରାଳୟ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।୨୦୧୬ ମସିହାରୁ ଆୟୁସ ମନ୍ତ୍ରାଳୟ ପକ୍ଷରୁ ଧନ୍ତେରସ ଆର୍ୟୁବେଦ ଦିବସ ପାଳନ ହୋଇ ଆସୁଛି । କୋଭିଡ ଯୋଗୁଁ ଏହି କାର୍ୟ୍ୟକ୍ରମ ଭର୍ଚୁଆଲ ପ୍ଲାଟଫର୍ମରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।ଏହି ଦୁଇଟି ଶିକ୍ଷାନୁଷ୍ଟାନକୁ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖିଛି ଆୟୁଷ ମନ୍ତ୍ରାଳୟ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular