ଚିଲିକା: ପାଣି ପାଇଁ ରାଜ ରାସ୍ତାରେ ମହିଳା । ଜରିପଡା ପଞ୍ଚାୟତ ଅଧିନରେ ଥିବା ଚାରି ଖଣ୍ଡ ଗାଁର ପାଞ୍ଚ ଶହ ଲୋକ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ସ୍ଥାନୀୟ ଜରିପଡା, ପାଣିଦୁଆର, ଜଗନ୍ନାଥପୁର, ମାଟିଆପଡା ଇତ୍ୟାଦି ଗ୍ରାମଗୁଡିକରେ ଲୋକମାନେ ଦୀର୍ଘ ଦିନ ହେବ ଲୁଣିଆ ପାଣି ପିଇଆସୁଛନ୍ତି । ଏନେଇ ସେମାନେ ସ୍ଥାନୀୟ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଗୁହାରୀ କଲା ପରେ ବି କିଛି ଲାଭ ମିଳିନାହିଁ । ଶେଷରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ମହିଳା । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଧିନ ଜରିପଡାରେ ଘଟିଛି ଏପରି ଅଭାବନୀୟ ଘଟଣା ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0