ପାଟନ: ବିହାର ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ନିର୍ବାଚିତ ହେବା ପରେ ଉପ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପାଇଁ କାମେଶ୍ୱର ଚୌପାଲ ପ୍ରସ୍ତୁତ ହେଉଛନ୍ତି । ତେବେ ଏନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ୱଷ୍ଟ କରାଯାଇ ନାହିଁ । ଅନ୍ୟପଟେ କାମେଶ୍ୱର ଚୌପାଲ କହିଛନ୍ତି, ମୁଁ ଦଳର ଜଣେ କର୍ମୀ, ଦଳ ଯାହା ଦାୟିତ୍ୱ ଦେବ ତାହାକୁ ମୁଁ ସ୍ୱୀକାର କରେ । ସୂଚନା ଅନୁସାରେ, ୧୯୮୯ରେ ଅଯୋଧ୍ୟାରେ ରାମ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ପ୍ରଥମ ଇଟା ରଖିଥିଲେ କାମେଶ୍ୱର ଚୌପାଲ । ଏହା ସହ ୧୯୯୧ରେ ରାମ ବିଳାଶ ପାଶୱାନଙ୍କ ବିରୋଧରେ ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦିତା କରିଥିଲେ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0