ଚିଲିକା: ପାରିବାରିକ କଳହକୁ ନେଇ ଦିଅର ଉପରକୁ ଗରମ ପେଜ ଫିଙ୍ଗିଲା ଭାଉଜ । ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ । ବାଣପୁର ଅଞ୍ଚଳ ଭେଟେଶ୍ୱର ଗାଁର ସୁବଳ ପଲେଇ ଓ ଅନୁ ପଲେଇ ଦୁଇ ଭାଇଙ୍କ ମଧ୍ୟରେ ପାରିବାରିକ ସମସ୍ୟାକୁ ନେଇ ତୁତୁ ମେ ମେ ଲାଗି ରହିଥିଲା । ତେବେ ଏହି ଘଟଣାକୁ କେନ୍ଦ୍ରକରି ଦିଅର ଅନୁପଲେଇ ଶୋଇଥିବା ବେଳେ ତାଙ୍କ ଉପରକୁ ଗରମ ପେଜ ଫିଙ୍ଗିଛନ୍ତି ବଡ ଭାଉଜ । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ବାଣପୁର ମେଡ଼ିକାଲକୁ ନିଆଯାଇଥିଲା । ମାତ୍ର ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0