ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ତହସିଲ ଅଧିନ ସୋନନଦୀରୁ ବାଲି ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢି ଚାଲିଥିବା ବେଳେ ଶେଷରେ ପୋଲିସ ନୀରବତା ଭାଙ୍ଗିଛି। ଗୁରୁବାର ମଧ୍ୟରାତ୍ରରେ ଚଢ଼ଉ କରି ସୋନନଦୀ କୂଳରୁ ନମ୍ବର ବିହୀନ ଚୋରାବାଲି ବୋଝେଇ ଟ୍ରାକ୍ଟର ଜବତ କରିବାରେ ସଫଳ ହୋଇଛି।
ସୂଚନାନୁସାରେ, ବାଲେଶ୍ଵର ଜିଲ୍ଲା ନୀଳଗିରି ତହସିଲ ଅଧିନ ସୋନନଦୀରୁ ବାଲି ମାଫିଆମାନେ ସ୍ଥାନୀୟ କିଛି ଗ୍ରାମବାସୀଙ୍କୁ ହାତବାରିସୀ କରି ବାଲି ଚୋରି କରୁଥିଲେ। ଦୈନିକ ଶହଶହ ଟ୍ରିପ୍ ବାଲି ଚୋରି ହେଇଥିବା ବେଳେ ଲକ୍ଷାଧିକ ଟଙ୍କାର ରାଜସ୍ଵ ହାନୀ କରୁଥିଲେ। ତହସିଲଦାର ଅନେକ ବାର ଚଢ଼ଉ କରି ଚୋରା ବାଲି ବୋଝେଇ ଟ୍ରାକ୍ଟର ଓ ଟ୍ରକ ଜବତ କଲେ ମଧ୍ୟ ବାଲି ଚୋରି କମିନଥିଲା। ବହୁବାର ଗାଡି ଜବତ ବେଳେ ତହସିଲଦାର ଆକ୍ରୋଶର ଶିକାର ହୋଇଥିବା ବେଳେ ପୋଲିସ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। ଖାଲି ସେତିକ ନୁହେଁ ପୂର୍ବରୁ ଅନେକ ଟ୍ରକ ଓ ମାଲିକଙ୍କ ନାମରେ ମାମଲା ରୁଜୁ ହୋଇଥିଲେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନହେବା କାରଣରୁ ମାଫିଆମାନେ ବାଲି ଚୋରି ଦ୍ୱିଗୁଣିତ କରିଥିଲେ।



Visitors Today : 1
Total Visitors : 130436
Total Views : 9891967
Visitors Online Now : 0