ଆଜି ଧନତେରାସ ବା ଧନତ୍ରୟୋଦଶୀ । ଏହି ଦିନ ସୁନା, ରୂପା ପରି ଧାତୁ ନିର୍ମିତ ଗହଣା ସହ କଂସାବାସନ, ଝାଡୁ କିଣିବାର ପରମ୍ପରା ରହିଛି । ବିଶ୍ୱାସ ରହିଛି ଏସବୁ ଜିନିଷ କିଣିବା ଦ୍ୱାରା ଘରେ ସୁଖ, ସମୃଦ୍ଧି ବୃଦ୍ଧି ପାଇଥାଏ । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ପାଇଁ ସୁନା ବଜାର ମାନ୍ଦା ଥିବା ବେଳେ ଧନତେରାସରେ ବେପାର ହେବା ନେଇ ଆଶା ବାନ୍ଧିଛନ୍ତି ବ୍ୟବସାୟୀ । ଏନେଇ ସେ ବିଭିନ୍ନ ଡିଜାଇନିଂ ଅଳଙ୍କାର ସହ ରୂପା ଓ ସୁନା କଏନ, ମୂର୍ତ୍ତି ଆଦି ସଜେଇ ରଖିଛନ୍ତି । ବିଭିନ୍ନ ଅଫର ସହ ଗଢା ମଜୁରୀ ଉପରେ ମଧ୍ୟ ଛାଡ କରାଯାଇଛି । ଦୀର୍ଘ ଦିନ ପରେ ଗହଣା ଦୋକାନଗୁଡିକରେ ଗହଳି ଦେଖାଯାଇଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ସୁନା ଦର ଚଢା ରହିଛି । ଚଳିତ ବର୍ଷ ୨୨ କ୍ୟାରେଟ ଗ୍ରାମ ସୁନା ଦର ୧୦ ଗ୍ରାମ ପ୍ରତି ପଚାଶ ହଜାରରୁ ଅଧିକ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ୫୨ ହଜାରରୁ ଅଧିକ ରହିଛି । ବିଭିନ୍ନ ଦୋକାନରେ ବିଭିନ୍ନ ପ୍ରକାର ଦର ମଧ୍ୟ ଦେଖିବାକୁ ମିଳିଛି । ଲୋକଙ୍କ ଭିଡକୁ ନଜରରେ ରଖି ବିଭିନ୍ନ ଛକରେ ପୋଲିସ ଉପସ୍ଥିତ ରହିଛନ୍ତି ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0