ମୁମ୍ବାଇ: ବଲିଉଡ ଓ ଦକ୍ଷିଣି ଫିଲ୍ମ ଜଗତର ଚର୍ଚ୍ଚିତ ନିର୍ଦେଶକ, ଅଭିନେତା ଓ କୋରିଓଗ୍ରାଫର ପ୍ରଭୁଦେବା ଦ୍ୱିତୀୟଥର ବିବାହ କରିବାକୁ ଯାଉଛନ୍ତି । ପ୍ରଭୁ ଦେବା ୨୦୧୧ ମସିହାରେ ତାଙ୍କ ସ୍ତ୍ରୀ ରାମଲତାଙ୍କ ଠାରୁ ଅଫିସିଆଲି ଅଲଗା ହୋଇଯାଇଥିଲେ । ସୂଚନା ଅନୁସାରେ, ପ୍ରଭୁ ଦେବା ନିଜ ଭାଣିଜୀଙ୍କୁ ଡେଟ୍ କରୁଛନ୍ତି ଏବଂ ଖୁବ୍ ଶୀଘ୍ର ବିବାହ କରିବାକୁ ଯୋଜନା କରୁଛନ୍ତି। ପ୍ରଭୁ ଦେବା ଏବେ ସୁଦ୍ଧା ନିଜ ରିଲେସନଶିପକୁ ଅଫିସିଆଲି କରି ନାହାନ୍ତି।ତାଙ୍କ ଟିମ୍ ତରଫରୁ ମଧ୍ୟ ଏବେ ଯାଏଁ କୌଣସି ପ୍ରତିକ୍ରିୟା ମିଳିନାହିଁ।



Visitors Today : 1
Total Visitors : 130436
Total Views : 9891967
Visitors Online Now : 0