spot_img

ବିନ୍ଦୁସାଗରରେ ଦେଇହେବନି ପୟାଶ୍ରାଦ୍ଧ

ଭୁବନେଶ୍ୱର : ମହାମାରୀ କରୋନାକୁ ଲକ୍ଷ୍ୟକରି ଭୁବନେଶ୍ୱର ବିନ୍ଦୁସାଗରରେ ଏବର୍ଷ ପିଣ୍ଡଦାନକୁ ବ୍ୟାନ କରାଯାଇଛି। ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ଓ ବିନ୍ଦୁସାଗରରେ ପୟାଶ୍ରାଦ୍ଧ ଏବଂ ପିଣ୍ଡଦାନ କରାଯାଇ ପାରିବ ନାହିଁ। ଲୋକ ଗହଳିକୁ ଦୃଷ୍ଟିରେ ରଖି କଟକଣା ଜାରି କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)।

ମହାମାରୀ କରୋନାର କବଳରେ ରାଜଧାନୀ ଭୁବନେଶ୍ୱର ପଡ଼ିଥିଲା। ପ୍ରତିଦିନ ଶହଶହ ଲୋକେ ଆକ୍ରାନ୍ତ ହେଉଥିଲେ। ମାତ୍ର ବିଏମ୍‌ସି ଓ ରାଜ୍ୟ ସରକାରଙ୍କ ତ୍ୱରିତ ପଦକ୍ଷେପ ଯୋଗୁ କରୋନା ଆୟତ୍ତକୁ ଆସିପାରିଛି। ଏବେ ପ୍ରତିଦିନ ୪୦ରୁ ୫୦ ଜଣ ଲେଖାଏ ଆକ୍ରାନ୍ତ ହେଉଛନ୍ତି। ତେବେ ସତର୍କ ନରହିଲେ କରୋନା ବ୍ୟାପିବାର ବହୁ ସମ୍ଭାବନା ରହିଛି। ସେଥିପାଇଁ ଜନ ଗହଳିକୁ ଏଡ଼ାଇବା ପାଇଁ ବିନ୍ଦୁ ସାଗରରେ ହେବାକୁ ଥିବା ଶ୍ରାଦ୍ଧ ବ୍ୟାନ କରିଛନ୍ତି ବିଏମ୍‌ସି।

ଗତକାଲି ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୩୦୦୧୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୮୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯୦୭୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୭୩୫ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular