spot_img

ସୁପ୍ରିମକୋର୍ଟକୁ ନେଇ କଟାକ୍ଷ କରିବା ପଡିଲା ମହଙ୍ଗା

ନୂଆଦିଲ୍ଲୀ: ରିପବ୍ଲିକ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ବେଲକୁ ନେଇ ସୁପ୍ରିମକୋଟକୁ କଟାକ୍ଷ କଲେ କୁନାଲ କାମ୍ରା । ଏହା ସହ କୁନାଲ ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପର୍କରେ ମଧ୍ୟ ବିବାଦୀୟ ଟ୍ୱିଟ କରି ଫସିଛନ୍ତି କମେଡିଆନ କୁନାଲ କାମ୍ରା । ତେବେ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବା ପାଇଁ ସହମତି ଦେଇଛନ୍ତି ଆଟର୍ଣ୍ଣି ଜେନେରାଲ ଅପ ଇଣ୍ଡିଆ । କୁନାଲଙ୍କ ଟ୍ୱିଟ ଅନୁସାରେ, ଦେଶର ସୁପ୍ରିମକୋର୍ଟ ବର୍ତମାନ ସୁପ୍ରିମ୍ ଜୋକ୍ ପାଲଟି ଯାଇଛି । ସେହିପରି ସୁପ୍ରମିକୋର୍ଟର ସମ୍ମାନ ବହୁ ଦିନରୁ ଚାଲିଯାଇଛି ବୋଲି ଟ୍ୱିଟ୍ କରିଥିଲେ । ସେହିପରି ସୁପ୍ରିମକୋର୍ଟର ଏକ ଫଟୋ ଚିତ୍ର ସେୟାର କରିଥିଲେ କୁନାଲ କାମରା । ଯେଉଁଥିରେ ସୁପ୍ରିମକୋର୍ଟର ବିଲ୍ଡିଂ ରଙ୍ଗକୁ ଗେରୁଆ ରଙ୍ଗରେ ରଙ୍ଗିତ କରାଯାଇଥିଲା । ଏବଂ ସାମ୍ନାରେ ଜାତୀୟ ପତାକା ବଦଳରେ ଭାରତୀୟ ଜନତା ପାର୍ଟିର ପତକା ଲାଗାଯାଇଥିଲା । ଏହାକୁ ଗମ୍ଭୀରତାର ସହ ନେଇଛି ଆଟର୍ଣ୍ଣି ଜେନେରାଲ ଅପ୍ ଇଣ୍ଡିଆ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular