spot_img

ଲଗାତର ୩ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଆଗାମୀ ୩ ଦିନ ଲଗାତର ବନ୍ଦ ରହିବ ବ୍ୟାଙ୍କ । ଏପରିସ୍ଥଳେ ସମ୍ବନ୍ଧୀୟ କାର୍ଯ୍ୟ ଅଧାରେ ରହିଯିବାର ସମ୍ଭାବନା ଅଧିକ । ଦେଶର ବିଭିନ୍ନ କ୍ଷେତ୍ରରେ ଲଗାତର ୩ ଦିନ ବ୍ୟାଙ୍କ ବନ୍ଦ ରହିବ। ଶନିବାର ଦୀପାବଳି ଯୋଗୁ ବ୍ୟାଙ୍କ ବନ୍ଦ ରହିବାକୁ ଥିବା ବେଳେ ୧୫ ନଭେମ୍ବର ଦିନ ରବିବାର ଯୋଗୁ ସ୍ବାଭାବିକ ଭାବେ ବ୍ୟାଙ୍କ ବନ୍ଦ ରହିବ। କିନ୍ତୁ ୧୬ ନଭେମ୍ବରରେ ବିଭିନ୍ନ ସ୍ଥାନରେ ଭାଇଜୁଦ ପାଳନ କରାଯିବ। ଭାଇଜୁଦ ପାଳନ ପାଇଁ ଅନେକ ରାଜ୍ୟରେ ବ୍ୟାଙ୍କ ଛୁଟି ରହିବ ବୋଲି ଜଣାଡ଼ିଛି। ଏହାର ଅର୍ଥ ପୁଣି ୧୭ ନଭେମ୍ବରରୁ ବ୍ୟାଙ୍କ ସେବା ଆରମ୍ଭ ହେବ । ଏହା ପରେ ପୁଣି ୨୦ ଓ ୨୧ ନଭେମ୍ବରରେ ଛଠ ପର୍ବ ଥିବାରୁ ବ୍ୟାଙ୍କ ଛୁଟି ରହିବ । ତା ପରଦିନ ରବିବାର ପଡ଼ୁଛି। ତେବେ ବାକି ରହିଥିବା କାର୍ୟ୍ୟ ପାଇଁ ଗ୍ରାହକଙ୍କୁ ୧୭,୧୮ ଓ ୧୯ ନଭେମ୍ବର ମିଳିବ।

 

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular