ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ନୂତନ ପୁସ୍ତକ ‘ଏ ପ୍ରମିଜଡ୍ ଲ୍ୟାଣ୍ଡ’ ଏବେ ଚର୍ଚ୍ଚାରେ । ଏହି ବହିରେ ସେ ବିଶ୍ୱର ରାଜନୈତିକ ନେତାଙ୍କ ସମ୍ପର୍କରେ ମନ୍ତବ୍ୟ ଦେଇଛନ୍ତି । ଏହି ନେତାଙ୍କ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଓବାମା ତାଙ୍କ ବହିରେ ଲେଖିଛନ୍ତି, ରାହୁଲ ହେଉଛନ୍ତି ଜଣେ ନର୍ଭସ ଓ ଅପରିପକ୍ୱ ନେତା । ଯେଭଳି ନିଜର ଯୋଗ୍ୟତା ନଥାଇ ଜଣେ ଛାତ୍ର ନିଜ ପାଠ୍ୟକ୍ରମ ପୁରା କରିବାକୁ ଶିକ୍ଷକଙ୍କ ଉପରେ ଚାପ ପକାଇଥାନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଜିତିଥିବା ଜନ ବାଇଡେନଙ୍କ ସମ୍ପର୍କରେ ବି ନିଜ ପୁସ୍ତକରେ ମତ ରଖିଛନ୍ତି ବାରାକ ଓବାମା । ମନମୋହନଙ୍କ ସମ୍ପର୍କରେ ଓବାମା ଲେଖିଛନ୍ତି, ସେ ହେଉଛନ୍ତି ଜଣେ ନିଷ୍ଠାପର ବ୍ୟକ୍ତି ।



Visitors Today : 3
Total Visitors : 130213
Total Views : 9891684
Visitors Online Now : 0