spot_img

ବିଦେଶୀ ହ୍ୟାକରଙ୍କ ଟାଗେର୍ଟରେ ଭାରତୀୟ ଫାର୍ମା କମ୍ପାନୀ

ନୂଆଦିଲ୍ଲୀ: କରୋନା ଟିକା ପ୍ରସ୍ତୁତିରେ ଭାରତ ସଫଳତା ପାଉଥିବା ବେଳେ ବିଦେଶୀ ହ୍ୟାକରଙ୍କ ଟାଗେର୍ଟରେ ରହିଛି ଭାରତୀୟ ଫାର୍ମା କମ୍ପାନୀ । ରୁଷ ଓ ଉତ୍ତର କୋରିଆ ହ୍ୟାକରଙ୍କ ଟାଗେର୍ଟରେ ଭାରତ ରହିଛି ବୋଲି ମାଇକ୍ରୋସଫ୍ଟ ସୂଚନା ଦେଇଛି । ଅନ୍ୟପଟେ ହ୍ୟାକରଙ୍କ କିଛି ଉଦ୍ୟମ ବିଫଳ ହୋଇଥିବା ବେଳେ କିଛି କମ୍ପାନୀକୁ ହ୍ୟାକ କରିବାରେ ହ୍ୟାକର ସଫଳ ହୋଇଛନ୍ତି । ଏନେଇ ମାଇକ୍ରୋସପ୍ଟ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ସୂଚନା ଅନୁସାରେ, ଭାରତୀୟ ଫାର୍ମା କମ୍ପାନିର ତଥ୍ୟ ଚୋରି ଲାଗି ଉଦ୍ୟମ କରୁଥିବା ଏହି ୩ ହ୍ୟାକର ସଂଗଠନ ହେଉଛନ୍ତି ରୁଷର ଫ୍ୟାନ୍ସି ବିୟର, ଉତ୍ତର କୋରିଆର ଲାଜାରସ ଏବଂ ସେରିୟମ । ଏମାନଙ୍କ ନଜରରେ ରହିଛି କାନାଡା, ଫ୍ରାନ୍ସ, ଭାରତ, ଦକ୍ଷିଣ କୋରିଆ ଏବଂ ଆମେରିକାର ୭ଟି ପ୍ରମୁଖ ଔଷଧ ପ୍ରସ୍ତୁତ କମ୍ପାନି । ଏ ନେଇ ଅଭିଯୋଗ ଆଣିଥିଲା ଆମେରିକା । ଆମେରିକାର କହିବା ଅନୁସାରେ, ଚୀନର ହ୍ୟାକରମାନେ ଟିକା ପ୍ରସ୍ତୁତକାରୀ କମ୍ପାନିଗୁଡିକୁ ନଜରରେ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular