ଭୁବନେଶ୍ୱର : ଆଜି ହେଉଛି ପବିତ୍ର ଆଲୋକର ପର୍ବ ଦୀପାବଳୀ । କୋଭିଡ କଟକଣାକୁ ମାନି ରାଜ୍ୟରେ ପାଳନ ହେଉଛି ଦୀପାବଳି ପର୍ବ । ମନ୍ଦିର ଗୁଡ଼ିକରେ ଭିଡ଼କୁ ନଜରରେ ରଖି ରାଜ୍ୟ ସରକାର କଡ଼ା ନିୟମାବଳୀ ଜାରି କରିଛନ୍ତି । ମନ୍ଦିର ଗୁଡ଼ିକରେ ମଧ୍ୟ ସରକାରୀ ନିୟମକୁ ପାଳନ କରୁଥିବାର ଦେଖିବାକୁ ମିଳୁଛି । ସେହିପରି ଆଜି ମଧ୍ୟ ପବିତ୍ର କାଳିପୂଜା । ବାଲେଶ୍ୱର ଲଳିତେଶ୍ୱରୀ କାଳୀ ମନ୍ଦିରରେ କାଳୀପୂଜା ବେଶ ଧୂମ୍ ଧାମରେ ପାଳନ ହେଉଛି । ଜନ ସମାଗମକୁ ନଜର ରଖି ମନ୍ଦିର ତରଫରୁ ଭକ୍ତମାନଙ୍କୁ ଗେଟ ବାହାରୁ ମାଙ୍କ ଦର୍ଶନ ପାଇଁ ଛଡ଼ା ଯାଉଥିବା ବେଳେ ସାନିଟାଇଜ ମଧ୍ୟ କରାଯାଇଛି । ସେହିପରି ଭକ୍ତମାନେ ମଧ୍ୟ ମାଙ୍କୁ ପାଖରୁ ଦର୍ଶନ କରିପାରୁ ନଥିବାରୁ ସେମାନେ ତାଙ୍କର ଦୁଃଖ ପ୍ରକାଶ କରିଛନ୍ତି ।
ସେହିଭଳି ଭଦ୍ରକର ଐତିହାସିକ ମା’ ଭଦ୍ରକାଳୀଙ୍କ ଶପ୍ତମାତୃକା ବେଶ ଅନୁଷ୍ଠିତ ହେବ । ସପ୍ତମାତୃକାର ପ୍ରଥମ ଦିନରେ ମା’ ଆଜି ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଏଥିପାଇଁ ଚଳଚଂଚଳ ହୋଇଛି ମା’ଙ୍କ ପୀଠ । କରୋନା କଟକଣା ଯୋଗୁଁ ଏଥର ଫିକା ପଡ଼ିଛି ମା’ଙ୍କ ପୂଜା । ବିଧି ଅନୁଯାୟୀ ଏଥର ମା’ଙ୍କ ପୂଜା ଅନୁଷ୍ଠିତ ହେବ । ବେଦମାତା ବେଶରେ ମା’ଙ୍କୁ ଦର୍ଶନ କଲେ ପରିବାରର ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0