ଶ୍ରୀନଗର: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଏଲ୍ଏସିରେ ସାମଗ୍ରିକ ନିରାପତ୍ତା ସ୍ଥିତି ସମୀକ୍ଷା ପାଇଁ ଦୁଇଦିନିଆ ଗସ୍ତରେ ଲଦାଖ ପହଁଚିଛନ୍ତି । ଏହି ଗସ୍ତରେ ସେ ଶୁକ୍ରବାର ଲଦାଖର ବିଭିନ୍ନ ସ୍ଥାନ ଏବଂ ଶନିବାର ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନକୁ ଯାତ୍ରା କରିବେ । ତାଙ୍କ ସହ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାଓ୍ୱତ ଓ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ ମଧ୍ୟ ଉପସ୍ଥିତ ଅଛନ୍ତି । ଲଦାଖରେ ଅବତରଣ କରିବା ପରେ ପ୍ରତିରକ୍ଷା ମନ୍ତ୍ରୀ ସ୍ତାକ୍ନା ଫର୍ୱାର୍ଡ ଅଞ୍ଚଳ ପରିଦର୍ଶନ କରିଥିଲେ। ସେଠାରେ ସୈନିକମାନେ ତାଙ୍କୁ ସଶସ୍ତ୍ରବାହିନୀର ପାରାଡ୍ରପିଙ୍ଗ୍ ଦକ୍ଷତା ଦେଖାଇଥିଲେ।
ଏହାପୂର୍ବରୁ ରାଜନାଥ ଜୁଲାଇ ମାସର ଆରମ୍ଭରେ ଲେହ ଗସ୍ତ କରିଥାନ୍ତେ । କିନ୍ତୁ ଅଚାନକ ତାଙ୍କ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୩ରେ ଲେହ ଗସ୍ତ କରିଥିଲେ । ସ୍ପର୍ଶକାତର ସେକ୍ଟରରେ ଭାରତ ଓ ଚୀନ୍ ସୈନିକମାନଙ୍କ ମଧ୍ୟରେ ସାମରିକ ଉତ୍ତେଜନା ଚାଲିଥିବା ବେଳେ ସିଂହ ଲେହରେ ପହଞ୍ଚିଛନ୍ତି। ପୂର୍ବ ଲଦାଖରୁ ସୈନ୍ୟ ଅପସାରଣ ନିମନ୍ତେ ଭାରତ ଓ ଚୀନ୍ ନିକଟରେ ଚାରି ଥର ଆଲୋଚନା କରି ସାରିଛନ୍ତି।
ରାଜନାଥ ଶୁକ୍ରବାର ପ୍ୟାଙ୍ଗଙ୍ଗ୍ ଲେକ୍ ନିକଟରେ ଥିବା ଲୁକୁଙ୍ଗ ପୋଷ୍ଟରେ ପହଁଚିବେ । ସଶସ୍ତ୍ର ବଳ ଓ ଯବାନଙ୍କ ସହ ଆଲୋଚନା କରିବେ ଏବଂ ପରେ ବିମାନବନ୍ଦରରେ ବାୟୁସେନା କର୍ମଚାରୀଙ୍କ ସହ କଥା ହେବେ । ପରେ ଏଲ୍ଓସି ସ୍ଥିତି ସମୀକ୍ଷାପାଇଁ ସେ ଶ୍ରୀନଗର ଯାତ୍ରା କରିବେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0