spot_img

ପ୍ରତିରକ୍ଷା ମନ୍ତ୍ରୀଙ୍କ ଦୁଇ ଦିନିଆ ଲଦାଖ ଗସ୍ତ

ଶ୍ରୀନଗର: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଏଲ୍ଏସିରେ ସାମଗ୍ରିକ ନିରାପତ୍ତା ସ୍ଥିତି ସମୀକ୍ଷା ପାଇଁ ଦୁଇଦିନିଆ ଗସ୍ତରେ ଲଦାଖ ପହଁଚିଛନ୍ତି । ଏହି ଗସ୍ତରେ ସେ ଶୁକ୍ରବାର ଲଦାଖର ବିଭିନ୍ନ ସ୍ଥାନ ଏବଂ ଶନିବାର ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନକୁ ଯାତ୍ରା କରିବେ । ତାଙ୍କ ସହ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାଓ୍ୱତ ଓ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ ମଧ୍ୟ ଉପସ୍ଥିତ ଅଛନ୍ତି । ଲଦାଖରେ ଅବତରଣ କରିବା ପରେ ପ୍ରତିରକ୍ଷା ମନ୍ତ୍ରୀ ସ୍ତାକ୍ନା ଫର୍ୱାର୍ଡ ଅଞ୍ଚଳ ପରିଦର୍ଶନ କରିଥିଲେ। ସେଠାରେ ସୈନିକମାନେ ତାଙ୍କୁ ସଶସ୍ତ୍ରବାହିନୀର ପାରାଡ୍ରପିଙ୍ଗ୍ ଦକ୍ଷତା ଦେଖାଇଥିଲେ।Defence Minister Rajnath Singh arrives in Ladakh, to visit forward ...
ଏହାପୂର୍ବରୁ ରାଜନାଥ ଜୁଲାଇ ମାସର ଆରମ୍ଭରେ ଲେହ ଗସ୍ତ କରିଥାନ୍ତେ । କିନ୍ତୁ ଅଚାନକ ତାଙ୍କ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୩ରେ ଲେହ ଗସ୍ତ କରିଥିଲେ । ସ୍ପର୍ଶକାତର ସେକ୍ଟରରେ ଭାରତ ଓ ଚୀନ୍ ସୈନିକମାନଙ୍କ ମଧ୍ୟରେ ସାମରିକ ଉତ୍ତେଜନା ଚାଲିଥିବା ବେଳେ ସିଂହ ଲେହରେ ପହଞ୍ଚିଛନ୍ତି। ପୂର୍ବ ଲଦାଖରୁ ସୈନ୍ୟ ଅପସାରଣ ନିମନ୍ତେ ଭାରତ ଓ ଚୀନ୍ ନିକଟରେ ଚାରି ଥର ଆଲୋଚନା କରି ସାରିଛନ୍ତି।Image

ରାଜନାଥ ଶୁକ୍ରବାର ପ୍ୟାଙ୍ଗଙ୍ଗ୍ ଲେକ୍ ନିକଟରେ ଥିବା ଲୁକୁଙ୍ଗ ପୋଷ୍ଟରେ ପହଁଚିବେ । ସଶସ୍ତ୍ର ବଳ ଓ ଯବାନଙ୍କ ସହ ଆଲୋଚନା କରିବେ ଏବଂ ପରେ ବିମାନବନ୍ଦରରେ ବାୟୁସେନା କର୍ମଚାରୀଙ୍କ ସହ କଥା ହେବେ । ପରେ ଏଲ୍ଓସି ସ୍ଥିତି ସମୀକ୍ଷାପାଇଁ ସେ ଶ୍ରୀନଗର ଯାତ୍ରା କରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular