ରାଉରକେଲା : ବିର୍ଜୁଙ୍କୁ ପ୍ରଦାନ କରାଗଲା ସରକାରୀ ସହାୟତା ଦୀର୍ଘ ୨୦ ବର୍ଷ ପାକିସ୍ତାନ ଜେଲ୍ରେ ରହିବା ପରେ ନିଜ ଜନ୍ମମାଟିକୁ ଫେରିଛନ୍ତି ବିର୍ଜୁ। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ କଟଙ୍ଗ ଝଗରପଡା ଗାଁର ବିର୍ଜୁ କୁଲୁଙ୍କୁ ଆଜି ସରକାରୀ ସହାୟତା ପ୍ରଦାନ କରାଯାଇଛି।
ଆଜି ବିର୍ଜୁଙ୍କ ଘରେ ଜିଲ୍ଳା (PD DRDA) ଅଧିକାରୀ ଭୈରବ ସିଂଙ୍କ ସହ କୁତ୍ରା ବିଡ଼ିଓ ମାନସ ରଞ୍ଜନ ରାୟ ପହଞ୍ଚିଥିଲେ। ବିର୍ଜୁଙ୍କୁ ଅନ୍ତୋଦୟ କାର୍ଡ,ବିଜୁ ପକ୍କା ଘର ସହ ରେଡ଼ କ୍ରସ ପାଣ୍ଠିରୁ ନଗଦ 30 ହଜାର ଟଙ୍କା ପ୍ରଦାନ କରାଯାଇଛି। ଏଥିସହ ଅନ୍ତେ।ଦୟ କାର୍ଡରେ ଅଗ୍ରୀମ ଦୁଇ ମାସର ଚାଉଳ ଦିଆଯାଇଛି ।
ଆଗକୁ ବିର୍ଜୁଙ୍କ ମାନସିକ ଚିକିସ୍ୱା କରିବା ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେଇଛନ୍ତି। ନାଚ-ଗୀତ ମାଧ୍ୟମରେ ପ୍ରଶାସନର ଅଧିକାରୀଙ୍କୁ ସ୍ବାଗତ କରାଯାଇଥିଲା। ପ୍ରଶାସନ ଅଧିକାରୀଙ୍କ ସହ ରାଜଗାଙ୍ଗପୁରର ବିଧାୟକ ରାଜନ ଏକ୍କା ମଧ୍ୟ ଉପସ୍ଥିତ ଥିଲେ।



Visitors Today : 1
Total Visitors : 130220
Total Views : 9891693
Visitors Online Now : 0