ଯାଜପୁର : ଦୀପାବଳି ଅବସରରେ ବାଣ ବ୍ୟାନ୍ ଥିବାବେଳେ ଗ୍ରାମାଞ୍ଚଳରେ ଚୋରାରେ ଚାଲିଛି ବାଣ ବେପାର । ଯାଜପୁର ପୋଲିସ ପକ୍ଷରୁ ବାଲିପଦା ଛକ ନିକଟରୁ ଅଭୟ କୁମାର ଦାସ ନାମକ ଜଣେ ବ୍ୟବସାୟୀଙ୍କ ଦୋକାନରୁ ବିପୁଳ ପରିମାଣର ବାଣ ଜବତ କରାଯାଇଛି । ଯାହାର ମୂଲ୍ୟ ୨ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି ।
ପୋଲିସ ବାଣ ଜବତ କରିବା ସହ ବ୍ୟବସାୟୀଙ୍କୁ ଗିରଫ କରିଛି । ରାଜ୍ୟ ସରକାରଙ୍କ ବାଣ ଉପରେ କଟକଣା ରହିଥିଲେ ମଧ୍ୟ ବିଭିନ୍ନ ଅଞ୍ଚଳରେ ଚୋରାରେ ବାଣ ବେପାର ଉପରେ ପୋଲିସ ଚଢାଉ ଜାରି ରହିଛି ।



Visitors Today : 1
Total Visitors : 130220
Total Views : 9891693
Visitors Online Now : 0