ଭୁବନେଶ୍ଵର : ଦୀର୍ଘ ତିନିରୁ ଚାରି ମାସ ହେବ କରୋନାର ହଟ୍ସ୍ପଟ୍ ପାଲଟିଥିବା ରାଜଧାନୀ ଭୁବନେଶ୍ଵରରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିଛି। କରୋନା ସଂକ୍ରମଣ ହ୍ରାସ ପାଇବା ଡାକ୍ତରୀ ଦଳକୁ ଆଶ୍ଵସ୍ତି କରିଛି। ଦିନେ ରାଜଧାନୀରୁ ଯେଉଁଠି ଶହ ଶହ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ଏବେ ସେଠି ଦୈନିକ ୧୦୦ରୁ କମ୍ ଚିହ୍ନଟ ହେଉଛନ୍ତି। ଏଥିସହ ସଂକ୍ରମିତଙ୍କ ତୂଳନାରେ ସୁସ୍ଥ ସଂଖ୍ୟା ଅଧିକ ରହୁଛି।
ଏହି କ୍ରମରେ ଗତ ୨୪ ଘଣ୍ଟାରେ ୫୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ଟପି ୩୦,୦୭୦ରେ ପହଞ୍ଚିଛି।। ଅପରପକ୍ଷେ ୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ଵର ମହାନଗର ନିଗମ(ବିଏମସି) ଟ୍ଵିଟ୍ କରି ଶନିବାର ଏହାର ସୂଚନା ଦେଇଛି।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0