spot_img

କଇଁଛ ସୁରକ୍ଷା ପାଇଁ କେଳୁଣୀ ମୁହାଣ ବେଳାଭୂମି ସଫେଇ

ଅସ୍ତରଙ୍ଗ: ଅଲିଭ ରିଡ଼ଲେ କଇଁଛ ଙ୍କ ର ସୁରକ୍ଷା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ଶୀତ ଋତୁ ରେ ଅଲିଭ ରିଡ଼ଲେ କଇଁଛ ମୁଖ୍ୟତଃ ପୁରୀ ଠାରୁ ଅସ୍ତରଙ୍ଗ କେଳୁଣୀ ମୁହାଣ ପର୍ୟ୍ୟନ୍ତ ଅଣ୍ଡା ଦେବାକୁ ଆସିଥାନ୍ତି।ତେଣୁ ସେମାନେ କିପରି ସୁରକ୍ଷିତ ଭାବେ ଆସି ଅଣ୍ଡା ଦେଇ ଯିବେ ସେଥିପାଇଁ ଆଜି କୋଣାର୍କ ଥାନା ଅନ୍ତର୍ଗତ ଅସ୍ତରଙ୍ଗ ବ୍ଲକ କେଳୁଣୀ ମୁହାଣ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବେଳମାର୍ଗ କୁ ସଫା ରଖିବା ଓ ବେଳାମାର୍ଗ କୁ ପ୍ଲାଷ୍ଟିକ ମୁକ୍ତ କରିବା । ଏନେଇ କେଳୁଣୀ ମୁହାଣ ନିକଟରେ ଆଜି ଯୁବ ପରିବେଶବିତ ସରୋଜ କୁମାର ଜେନା ଙ୍କ ନେତୃତ୍ୱରେ, କୋଣାର୍କ ରେଞ୍ଜର ବେଣୁଧର ବେହେରା ସାମାଜିକ ଦୂରତା ରକ୍ଷା କରିବା ସହ ଏକତ୍ରିତ ହୋଇ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ କୁନି କୁନି ଛାତ୍ରଛାତ୍ରୀ, ଗ୍ରାମ କମିଟିର ସଦସ୍ୟ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟା, ବନ ବିଭାଗର କର୍ମଚାରୀ, ସମେତ ପରିବେଶ ସୁରକ୍ଷା ସମିତ ର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମସଫଳ ରୂପାୟନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular