spot_img

ଦିଲ୍ଲୀରେ ବଢିଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: କରୋନା କଟକଣା ମଧ୍ୟରେ ଦିଲ୍ଲୀରେ ପାଳନ ହୋଇଛି ଦୀପାବଳି । ଦୀପାବଳି ସମୟରେ ଦେଶର ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତାମାନ ବିପଦଜନକ ସ୍ତରରେ ପହଁଞ୍ଚିଛି । ଯାହାଫଳରେ ସକାଳୁ ସକାଳୁ ଗାଡି ଚଳାଚଳ ମଧ୍ୟ ପ୍ରଭାବିତ ହେଉଛି । ତେବେ ଶନିବାର ସକାଳେ ବାୟୁର ମାନକ ୪୨୪ ରେକର୍ଡ ହୋଇଥିଲା । ଅନ୍ୟପଟେ ଏହି ବାୟୁ ପ୍ରଦୂଷଣ କରୋନା କାଳରେ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଗମ୍ଭୀର ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି । ଏପରି ସ୍ଥିତିରେ ଦୀପାବଳିରେ ଦିଲ୍ଲୀର ଏନସିଆର ସମେତ ଅନେକ ସ୍ଥାନରେ ବାଣ ଫୁଟା ଯାଇଥିବାର ଦେଖିବା ପାଇଁ ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular